ତିତଲି ପାଇଁ ଭୁବନେଶ୍ୱରରୁ ବାଙ୍ଗାଲୋର ଗଡିବ ସ୍ୱତନ୍ତ୍ର ଟ୍ରେନ୍, ଗଞ୍ଜାମରେ ପହଞ୍ଚିଲା ନୌସେନାର ୨ ହେଲିକପ୍ଟର
Khabar Odisha:Spcial-train-for-Titili-Affected-People-in-Odisha
ଭୁବନେଶ୍ୱର, ୧୨ ଅକ୍ଟୋବର(ଖବର ଓଡ଼ିଶା):

ତିତିଲି ବାତ୍ୟା ଓ ଏହାର ପରବର୍ତୀ ଲଗାଣ ବର୍ଷା ଫଳରେ ବହୁ ଟ୍ରେନ୍ ବାତିଲ କରାଯାଇଛି। ଏହା ଫଳରେ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଏକ ସ୍ୱତନ୍ତ୍ର ସୁପରଫାଷ୍ଟ ତତ୍କାଳ ଟ୍ରେନ ଚାଲିବ । ଭୁବନେଶ୍ୱର-ବାଙ୍ଗାଲୋର କାଂଟ (୦୨୫୧୦)  ସ୍ୱତନ୍ତ୍ର ତତ୍କାଳ ଟ୍ରେନ ଆସନ୍ତା ୧୫ ତାରିଖ ସୋମବାର ଦିନ ସକାଳ ୭ଟା ୩୯ ମିନିଟରେ ଭୁବନେଶ୍ୱର ଷ୍ଟେସନ ଛାଡିବ । ଉକ୍ତ ଟ୍ରେନ୍ ୧୬ ଅକ୍ଟୋବର ଦିନ ୧୧ଟା ମିନିଟରେ ବାଙ୍ଗାଲୋର କ୍ୟାଂଟ ଷ୍ଟେସନରେ ପହଂଚିବ । ଏଥିରେ ଗୋଟିଏ ଏସି ୨-ଟାୟର, ୮ଟି ଏସି ୩-ଟାୟର, ୧୦ଟି ସ୍ଲିପର କ୍ଲାସ , ୨ଟି ସେକେଣ୍ଡ କ୍ଲାସ ସିଟିଂ ବଗି ଓ ୨ଟି ଗାର୍ଡ ଲଗେଜ କୋଚ ରହିବ । ଏହା ଭୁବନେଶ୍ୱରରୁ ବାହାରି ଖୋର୍ଦ୍ଧା ରୋଡ, ବାଲୁଗାଁ, ବ୍ରହ୍ମପୁର ଷ୍ଟେସନରେ ରହିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷେ ଉଦ୍ଧାର କାର୍ଯ୍ୟ ପାଇଁ ଗଞ୍ଜାମରେ ପହଞ୍ଚିଛି ହେଲିକପ୍ଟର। ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ନୌସେନାର ୨ ହେଲିକପ୍ଟର ପହଞ୍ଚିଥିବା ଜଣାପଡ଼ିଛି। ଆସନ୍ତାକାଲି ଭୋରରୁ ପ୍ରଭାବିତ ଦୁର୍ଗମ ଅଞ୍ଚଳରେ ରିଲିଫ କାର୍ଯ୍ୟ ଆରମ୍ଭ ହେବା ସହ ଜଳବନ୍ଦୀ ଲୋକଙ୍କୁ ଏହି ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କରାଯିବ।

Subscribe

National International State Sports Entertainment