ଅଟୋରେ ଲେଖାଯାଇଛି ପୁଅ ମୋର ଗୋଲ୍ଡ ମେଡ଼ାଲିଷ୍ଟ ସାହାର୍ଯ୍ୟ କରନ୍ତୁ
Khabar Odisha:Son-of-Auto-driver-write-success-in-sports
ମୁମ୍ବାଇ, ଜୁଲାଇ ୧୩(ଖବର ଓଡ଼ିଶା) :

 ସାରା ବିଶ୍ୱର ନଜର ଫିଫା ବିଶ୍ୱକପର ଫାଇନାଲ ଖେଳ ଉପରେ ନିବିଦ୍ଧ ଥିବାବେଳେ ବାଙ୍ଗାଲୁରର ଜଣେ ପିତା ତାଙ୍କ ପୁଅକୁ ଷ୍ଟାର ଭାବେ କ୍ରିକେଟ ପିଚରେ ଦେଖିବା ପାଇଁ ଆରମ୍ଭ କରିଥିବା ଏକ ମିଶନ ଚର୍ଚ୍ଚାର କେନ୍ଦ୍ରସ୍ଥଳ ପାଲଟିଛି । ପୁଅକୁ ପିଚରେ ଦେଖିବା ପାଇଁ ଏହି ବାପା ଜଣଙ୍କ ସହରରେ ଅଟୋ ଚଲାଉଛନ୍ତି । ୪୫ ବର୍ଷର ରହମାନ ସରିଫ ନିଜ ପିଲାଙ୍କୁ ପଢାଇବା ସହ ବଡ଼ ଖେଳାଳୀଟିଏ ହୋଇ ବାହାରୁ ଏହି ସ୍ୱପ୍ନ ଦେଖି ଆସିଛନ୍ତି ।

ରହମାନ ନିଜ ଅଟୋରେ ଲେଖିଛନ୍ତି ମୋ ପିଲାମାନଙ୍କୁ ମୁଁ ବଡ଼ ଖେଳାଳୀ ହେବା ପାଇଁ ସଂଘର୍ଷ କରୁଛି ଆପଣମାନେ ମୋତେ କିିଛି ସାହାର୍ଯ୍ୟ କରନ୍ତୁ । ବିଗତ ୨୬ ବର୍ଷ ଧରି ସହରରେ ଭଡ଼ା ଘରେ ରହୁଥିବା ରହମାନ ଅଟୋ ଚଳାଇ ପିଲାଙ୍କ ସ୍ୱପ୍ନରେ ରଙ୍ଗ ଭରିବାର ସୁଯୋଗ ଦେଉଛନ୍ତି । ମାସକୁ ୧୫ ହଜାର ଟଙ୍କା ରୋଜଗାର କରୁଥିବା ରହମାନ ପିଲାଙ୍କ ପିସ୍, ଅଟୋ ଏବଂ ଘର ଭଡ଼ା ଦେବା ପରେ ବଡ଼ କଷ୍ଟରେ ଘର ଚଳାନ୍ତି । ଏହା ସତ୍ୱେ ନିଜର ଦୁଇ ପୁଅ ଓ ଗୋଟିଏ ଝିଅ କର୍ଣ୍ଣାଟକ କ୍ରିକେଟ ଏକାଡ଼େମୀକୁ ପଠାଇ ପାରିଛନ୍ତି । ମୋ ପିଲାମାନେ ଭଲ ଖେଳୁଛନ୍ତି । ସ୍ୱର୍ଣ୍ଣ ପଦକ ସହ ଅନେକ ପଦକ ହାସଲ କରିଛନ୍ତି । କୋଚ ସେମାନଙ୍କୁ ନିଶୁଳ୍କରେ ପ୍ରଶିକ୍ଷଣ ଦେଉଛନ୍ତି । ତାଙ୍କ ପୁତ୍ର ଫଜୁଲା ଫାଷ୍ଟ ବୋଲର । ୧୬ ବର୍ଷରୁ କମ୍ ରାଜ୍ୟ ଟିମରେ ସେ ଖେଳୁଛନ୍ତି । ନଗମା ମିଡ଼ିୟମ ପେସର ଓ ସାନ ପୁଅ ରିଜୱାନ ୧୫ ବର୍ଷ ବୟସରେ ଭଲ ବୋଲିଂ କରୁଥିବା ଜଣାପଡ଼ିଛି । 

  • Tags:

Subscribe

National International State Sports Entertainment