ଯୈାନ ନିର୍ଯ୍ୟାତନା ମାମଲାରେ ପୀଡ଼ିତା କେନ୍ଦ୍ରୀୟ ମହିଳା କର୍ମଚାରୀଙ୍କୁ ମିଳିବ ୯୦ ଦିନର ଛୁଟି ଓ ଟଙ୍କା
Khabar Odisha:Sexual-harassement-matter-central-women-staff-can-get-90-days-holidays
ନୂଆଦିଲ୍ଲୀ,ମାର୍ଚ୍ଚ୨୯(ଖବର ଓଡ଼ିଶା): ଯୈାନ ନିର୍ଯ୍ୟାତନା ମାମଲାରେ ଏବେ ପୀଡ଼ିତା କେନ୍ଦ୍ରୀୟ ମହିଳା କର୍ମଚାରୀଙ୍କୁ ୯୦ ଦିନର ଛୁଟି ମିଳିବ। ଏହା ସହ ୯୦ ଦିନର ଦରମା ମଧ୍ୟ ମିଳିବ। ଡିପାର୍ଟମେଣ୍ଟ ଅଫ ପର୍ସନାଲ ଏଣ୍ଡ ଟ୍ରେନିଂ ସର୍ଭିସ ନିୟମରେ ପରିବର୍ତ୍ତନ କରି ଏହି ନୂତନ ନିମୟ ଲାଗୁ କରିଛନ୍ତି।
 
ସୂଚନା ଅନୁସାରେ  ସେକ୍ସୁଆଲ ହେରେସମେଣ୍ଟ ଅଫ ଓମେନ ଆକ୍ଟ ୨୦୧୩ ଅନୁସାରେ ମାମଲାର ତଦନ୍ତ ସମୟରେ ପୀଡ଼ିତା କେନ୍ଦ୍ରୀୟ ମହିଳା କର୍ମଚାରୀଙ୍କୁ ୯୦ ଦିନ ଛୁଟି ଦିଆଯିବ। ପୂର୍ବରୁ ଦିଆଯାଉଥିବା ଛୁଟି ତୂଳନାରେ ଏହା ଅତିରିକ୍ତ ଛୁଟି ହେବ। ନିୟମ ଅନୁସାରେ ଏହି ଅତିରିକ୍ତ ଛୁଟି ମାମଲାର ତଦନ୍ତ କରୁଥିବା ଆଭ୍ୟନ୍ତରୀଣ କମିଟି କିମ୍ବା ସ୍ଥାନୀୟ କମିଟିର ସୁପାରିଶ ଆଧାରରେ ଦିଆଯିବ।
 
ଯୈାନ ନିର୍ୟ୍ୟାତନାର କିଛି ମାମଲାରେ ପୀଡ଼ିତା ଉପରେ ଚାପ ପକାଇଵା କିମ୍ବା ଧମକ ଦିଆଯିବା ନେଇ ଅଭିଯୋଗ ଆସିବା ପରେ ବିଭାଗ ପକ୍ଷରୁ ଏହି ପଦକ୍ଷେପ ଉଠାଯାଇଛି। ସରକାରଙ୍କ ଏହି ନୂତନ ନିୟମ ଫଳରେ ପୀଡ଼ିତାଙ୍କୁ ୯୦ ଦିନର ଛୁଟି ମିଳିବା ସହ ଦରମା ମଧ୍ୟ ମିଳିବ।
 
  • Tags:

Subscribe

National International State Sports Entertainment