ଭୁବନେଶ୍ୱର,ମାର୍ଚ୍ଚ ୨(୍ଖବର ଓଡିଶା): ସି-ସୋର ଚିଟ୍ଫଣ୍ଡ ଠକେଇ ମାମଲାରେ ଏସଏଫ ଆଇଓ ସୋମବାର ଝାରପଡା ଜେଲ୍ରେ ଚେୟାରମ୍ୟାନ୍ ପ୍ରଶାନ୍ତ ଦାସଙ୍କୁ ଜେରା କରିଛନ୍ତି । ଅର୍ଥ ହେରଫେର ବିଷୟରେ ତାଙ୍କୁ ଜେରା କରାଯାଇଥିବା ଜଣାପଡିଛି ।
ସୂଚନାନୁସାରେ ଏସଏଫଆଇଓର ୩ ଜଣିଆ ଟିମ ସିସୋର କମ୍ପାନୀ ଆକ୍ଟ ଉଲ୍ଲଂଘନ କରି ଅର୍ଥ ହେରଫେର କରିଥିବା ଅଭିଯୋଗରେ ଜେରା କରିଥିଲେ। ଜୁନ୍ ୨୦୧୩ ମସିହାରେ କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ ସେ ଝାରପଡା ଜେଲରେ ରହିଥିବା ଜଣାପଡିଛି।