ହରିୟାଣା ସରକାରଙ୍କ ନିଷ୍ପତ୍ତି: ଦୁଷ୍କର୍ମ ଅଭିଯୁକ୍ତ ହରାଇବେ ଡ୍ରାଇଭିଂ ଲାଇସେନ୍ସ
Khabar Odisha:Rapa-accused-to-lost-driving-license

ଚଣ୍ଡିଗଡ଼, ଜୁଲାଇ ୧୩ (ଖବର ଓଡ଼ିଶା): ହରିୟାଣାରେ ଏଣିକି ଦୁଷ୍କର୍ମ କରିବା ମହଙ୍ଗା ପଡ଼ିବ । ଦୁଷ୍କର୍ମ ନେଇ ଅଭିଯୋଗ ହେଲେ ଡ୍ରାଇଭିଂ ଲାଇସେନସ ଓ ଆର୍ମ ଲାଇସେନ୍ସ ରଦ୍ଦ ହେବ ବୋଲି ରାଜ୍ୟ ସରକାର ଗୁରୁବାର ଘୋଷଣା କରିଛନ୍ତି । ସେହିଭଳି ଦୁଷ୍କର୍ମ ଅଭିଯୁକ୍ତ ବୃଦ୍ଧା ଭତ୍ତାରୁ ମଧ୍ୟ ବଞ୍ଚିତ ହେବେ । 

ପଞ୍ଚକୁଲାରେ ଏକ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହା କହିଛନ୍ତି । ଜଣେ ୧୨ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯିବା ପରେ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସେହିଭଳି ଚାକିରିଆଙ୍କ କ୍ଷେତ୍ରରେ କୋର୍ଟରେ ମାମଲା ବିଚାରାଧିନ ଥିବା ପର୍ଯ୍ୟନ୍ତ ସରକାରୀ ସୁବିଧା ମିଳିବ ନାହିଁ । ଯଦି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୁଅନ୍ତି, ଲାଇସେନ୍ସ ହରାଇବେ ବୋଲି ଖଟ୍ଟର କହିଛନ୍ତି । 

ଖଟ୍ଟର ଘୋଷଣା କରିଛନ୍ତି ମହିଳାଙ୍କ ସୁରକ୍ଷା ପାଇଁ ସ୍ୱାଧୀନତା ଦିବସ ପୂର୍ବରୁ ଅଥବା ରକ୍ଷାବନ୍ଧନରେ ନୂଅାଁ ଯୋଜନା ଶୁଭାରମ୍ଭ କରାଯିବ । ସେହିଭଳି କୋର୍ଟରେ ମାମଲା ଚାଲିଥିବା ବେଳେ ଦୁଷ୍କର୍ମ ପୀଡ଼ିତା ଯଦି ନିଜସ୍ୱ ଇଚ୍ଛାରେ ଆଇନଜୀବୀ ଠିକ କରନ୍ତି ସେଥିପାଇଁ ତାଙ୍କୁ ସରକାର ୨୨୦୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇବେ । ସବୁ ଥାନାରେ ଦୁଷ୍କର୍ମ ପୀଡ଼ିତାଙ୍କ ପାଇଁ ଇଭ୍ ଟେଷ୍ଟିଂ ପାଇଁ ବ୍ୟବସ୍ଥା ରହିବ । 

 

  • Tags:

Subscribe

National International State Sports Entertainment