ପାରାଦୀପ ସିୱେଜ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା: ଟ୍ରାଂଜିଟ ରିମାଣ୍ଡରେ ଗଲେ ମୁଖ୍ୟ ଅଭିଯୁକ୍ତ ଅଶୋକ ବିହାରୀ
Khabar Odisha: Paradip-Sewage-Shipping-Manager-Mahendra-Swain-murder-case-accused-Ashok-Bihari-on-a-transit-remand

ଭୁବନେଶ୍ୱର,ମାର୍ଚ୍ଚ୨୦(ଖବର ଓଡ଼ିଶା): ବହୁଚର୍ଚ୍ଚିତ ପାରାଦୀପ ସିୱେଜ  ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ପାରାଦୀପ ପୋଲିସ ମୁଖ୍ୟ ଅଭିଯୁକ୍ତ ଅଶୋକ ବିହାରୀଙ୍କୁ ଟ୍ରାଂଜିଟ ରିମାଣ୍ଡରେ ନେଇଛି ।ପୋଲିସ ତାଙ୍କୁ  ହାଓଡାରୁ ୩  ଦିନିଆ  ଟ୍ରାଂଜିଟ ରିମାଣ୍ଡରେ ଆଣିଛି ।
 
ସୂଚନାନୁସାରେ  ମହେନ୍ଦ୍ର ସ୍ୱାଇଁ ହତ୍ୟାରେ ମୁଖ୍ୟ ଭୂମିକା  ଥିବା ନେଇ ପୋଲିସ ଗତକାଲି କଲିକତାରୁ ଅଶୋକଙ୍କୁ ଗିରଫ କରିଥିଲା ।ଆଜି ପାରାଦୀପ  କୋର୍ଟକୁ ଆଣି ପଚରାଉଚରା କରାଯିବ  ଓ ୨୨ତାରିଖରେ ତାଙ୍କୁ  କୁଜଙ୍ଗ କୋର୍ଟରେ ହାଜର କରାଯିବାର କ।ର୍ୟ୍ୟକ୍ରମ ରହିଛି ।
 
ଅଶୋକଙ୍କୁ ହାଓଡାରୁ ଗିରଫ କରିବା ପରେ ହାଓଡା  କୋର୍ଟରେ ହାଜର କରାଯାଇଥିଲା । ତାଙ୍କ ନାଁରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଥିବା ଜଣାପଡିଛି । ନିଜ ନାଁ ବଦଳାଇ ସେ ଅପରାଧ କରୁଥିବା ଅଭିଯୋଗ ଆସିଛି।
 

Leave a Reply

Your email address will not be published. Required fields are marked *



Subscribe



National International State Sports Entertainment

Comments