ଖୋଲିଲା ଓଡ଼ିଶାର ବୃହତ ମଲ ଏସପ୍ଲାନେଡ଼ ୱାନ, ୧୦୦ରୁ ଅଧିକ ବ୍ରାଣ୍ଡେଡ଼ ଷ୍ଟୋର ସହ ରହିଛି ବିଶାଳ ଫୁଡ଼ କୋର୍ଟ
Khabar Odisha:Open-largest-mall-enplaned-one
ଭୁବନେଶ୍ୱର, ଜୁଲାଇ ୧୩(ଖବର ଓଡ଼ିଶା) :

 ସହରର ରସୁଲଗଡ଼ଠାରେ ଖୋଲିଛି ରାଜ୍ୟର ସବୁଠୁ ବଡ଼ ସର୍ପିଂ ମଲ ଏସପ୍ଲାନେଡ଼ ୱାନ । ଏହି ମଲରେ ୧୦୦ରୁ ଊଦ୍ଧ୍ୱର୍ ବ୍ରାଣ୍ଡେଡ଼ ଷ୍ଟୋର ନିଜ ନିଜର ଆଉଟଲେଟ ଖୋଲିଛନ୍ତି । ଆହୁରି ଅନେକ ପ୍ରସିଦ୍ଧ ବ୍ରାଣ୍ଡର ଷ୍ଟୋରମାନ ଖୋଲିବାର ଅଛି । ମୁମ୍ବାଇ, ଅହମ୍ମଦାବାଦ, ଚଣ୍ଡିଗଡ଼, ଅମୃତସର, ପୁନେ ଓ ଇନ୍ଦୋର ପରେ କମ୍ପାନୀ ଓଡ଼ିଶା ବଜାରରେ ପ୍ରବେଶ କରିଛି । ଚଳିତ ବର୍ଷ ଏହି ମଲରୁ ରେକର୍ଡ଼ ପରିମାଣର କାରବାର ହେବ ବୋଲି କୁହାଯାଇଛି ।

ଏହି ମଲରେ ଏବେ ଲାଇଫ ଷ୍ଟାଇଲ, ମାର୍କସ ଆଣ୍ଡ ସ୍ପେନ ସରର ହୋମସେଣ୍ଟର, ଆଇକନିକ, ଚିଲିସ, ବର୍ଗର କିଙ୍ଗ, ହାମଲେଜ ଟାଇମ ଜୋନ ପରି ଷ୍ଟୋର ସବୁ ଖୋଲିଛି । ରସୁଲଗଡ଼ରୁ କଟକ-ପୁରୀ ରାସ୍ତା ପାଶ୍ୱର୍ରେ ୪.୫ ଲକ୍ଷ ବର୍ଗଫୁଟ ଅଂଚଳରେ ଏସପ୍ଲାନେଡ଼ ୱାନ ମୁଣ୍ଡ ଟେକିଛି । ଏଠାରେ ଏକା ସାଙ୍ଗେ ୭୫୦ ଲୋକ ବସିପାରିବା ଭଳି ରହିଛି ସୁଦୃଶ୍ୟ ଫୁଡ଼ କୋର୍ଟ । ୬୦୦ରୁ ଅଧିକ କାର ଓ ଦୁଇଚକିଆ ଯାନ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି । ଓଡ଼ିଶାରେ ରିଟେଲ ବଜାରର ସମ୍ଭାବନାକୁ ସାକାର କରିବା ପାଇଁ ଏହି ମଲ ଏକ ନୁଆ ଇତିହାସ ସୃଷ୍ଟି କରିବ ବୋଲି କୁହାଯାଉଛି । 

  • Tags:

Subscribe

National International State Sports Entertainment