ମଣିଷ ସମାଜ ପାଇଁ ଅମୃତ ସମ ଏହି କଙ୍କଡ଼ାର ରକ୍ତ, ଲିଟର ପ୍ରତି ଦାମ ୧୦ ଲକ୍ଷ ଟଙ୍କା
Khabar Odisha:One-liter-curb-blood-in-10-lakhs-rupees
ଭୁବନେଶ୍ୱର, ଅଗଷ୍ଟ ୧୧(ଖବର ଓଡ଼ିଶା) :

 କଣ କୌଣସି ପଶୁ ପକ୍ଷୀଙ୍କ ରକ୍ତ ଆମ ପାଇଁ ଅମୃତ ହୋଇପାରେ? ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହାର ସତ୍ୟତା ରହିଛି । ଉତ୍ତରଆମେରିକାର ସମୁଦ୍ରରୁ ମିଳୁଥିବା ଏକ କଙ୍କଡ଼ାର ରକ୍ତ ଅମୃତ ତୁଲ୍ୟ ପ୍ରମାଣିତ ହୋଇଛି । ଏହି କଙ୍କଡ଼ାକୁ ହର୍ସସୁ କୁହାଯାଇଥାଏ । ଆପଣଙ୍କୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ଏହି କଙ୍କଡ଼ାର ରକ୍ତ ଲାଲ ନୁହେଁ । ଏହା ହେଉଛି ନୀଳ ।

ଏହି ନୀଳ ରକ୍ତ କଙ୍କଡ଼ା ବିଗତ ୪୫ କୋଟି ବର୍ଷ ଧରି ପୃଥିବୀରେ ତିଷ୍ଠି ରହିଥିବା ଜଣାଯାଇଛି । ଘୋଡ଼ାର ନାଲା ପରି ଆକୃତିର ଏହି କଙ୍କଡ଼ା ମେଡ଼ିକାଲ ସାଇନ୍ସରେ ଚର୍ଚ୍ଚିତ ହୋଇସାରିଛି । ଏହାର ରକ୍ତକୁ ଆଣ୍ଟି ବ୍ୟାକ୍ଟରିଆଲ ପ୍ରପର୍ଟି ଭାବେ ବ୍ୟବହାର କରାଯାଇଥାଏ । ମନୁଷ୍ୟର ରକ୍ତରେ ଯେପରି ଲୋହିତ ରକ୍ତ କଣିକା ରହିଥାଏ ଠିକ୍ ସେହିପରି ଏହି କଙ୍କଡ଼ାର ରକ୍ତ ନୀଳ ରକ୍ତ ହୋଇଥାଏ । ରକ୍ତରେ ହେମୋସ୍ପାଇନିନ ରହିଥାଏ ଯାହା ଅକ୍ସିଜେନକୁ ଶରୀରର ବିଭିନ୍ନ ଅଂଶକୁ ନେଇଯାଇଥାଏ । ଶରୀର ଭିତରେ ଇଂଜେକ୍ଟ କରି ବିପଦଜନକ ଭୂତାଣୁ ଚିହ୍ନଟ କରୁଥିବା ଔଷଧରେ କଙ୍କଡ଼ାର ନୀଳ ରକ୍ତର ବ୍ୟବହାର କରାଯାଏ । ଏହି ବିପଦ ଜନକ ଭୂତାଣୁ ବାବଦରେ ସଠିକ୍ ସୂଚନା ଦେବାରେ ନୀଳରକ୍ତ ଔଷଧ ସହାୟକ ହୁଏ । ଏହି କାରଣରୁ ଏହି କଙ୍କଡ଼ାର ରକ୍ତ ଲିଟର ପ୍ରତି ୧୦ ଲକ୍ଷ ଟଙ୍କା ହୋଇଥାଏ । ଏହି ରକ୍ତ ପାଇଁ ପ୍ରତିବର୍ଷ ୫ଲକ୍ଷରୁ ଅଧିକ କଙ୍କଡ଼ାକୁ ମାରି ଦିଆଯାଏ । 

  • Tags:

Subscribe

National International State Sports Entertainment