ସବର୍ଣ୍ଣ ଆରକ୍ଷଣ ସର୍ତ୍ତରେ ପରିବର୍ତ୍ତନ ହୋଇପାରେ : କେନ୍ଦ୍ରମନ୍ତ୍ରୀ
Khabar Odisha:Odisha-national--general-quota-thaawarchand-gehlot-said
ନୂଆଦିଲ୍ଳୀ ,ଜାନୁଆରୀ ୧୧(ଖବର ଓଡ଼ିଶା):

 ସବର୍ଣ୍ଣ ଆରକ୍ଷଣ ପ୍ରସଙ୍ଗରେ ୧୦ ପ୍ରତିଶତ ଆରକ୍ଷଣ ଦେବା ବିଲକୁ ସଂସଦରେ ମଞ୍ଜୁରୀ ମିଳିଛି । କିନ୍ତୁ ଏଥିରେ ଥିବା କିଛି ସର୍ତ୍ତରେ ପରିବର୍ତନ ହୋଇପାରେ  । ଏନେଇ ସୂଚନା ଦେଇଛନ୍ତି ସାମାଜିକ ନ୍ୟାୟ ଓ ଅଧିକାର ମନ୍ତ୍ରୀ ତାୱର ଚାନ୍ଦ ଗେହଲତ ।

ସେ କହିଛନ୍ତି ଏହା ସମ୍ପୂର୍ଣ୍ଣ ହୋଇନାହିଁ ଏଥିରେ ପରିବର୍ତ୍ତନ ହେବା ବାକି ରହିଛି । ଆୟ ସୀମା ଆଠ ଲକ୍ଷ ସାମାନ୍ୟ ବୋଲି ପଚରାଯିବାରୁ ସେ କହିଛନ୍ତି ,” ଆଠ ଲକ୍ଷ ଆୟ ସାଙ୍ଗକୁ ପାଞ୍ଚ ଏକର ଜମି ଓ ଅନ୍ୟ କିଛି ମାପଦଣ୍ଡ ଏବେ ବି ବିଚରାଧିନ ରହିଛି । ଏଥିରେ କମ ଅଧିକ ହୋଇପାରେ । ସପ୍ତାହେ ମଧ୍ୟରେ ମନ୍ତ୍ରାଳୟ ନିୟମ ଲାଗୁ କରିବ । ସମସ୍ତ ରାଜ୍ୟକୁ ମାପଦଣ୍ଡ ପାଇଁ ସୀମା ପ୍ରସ୍ତୁତ କରିବାକୁ କୁହାଯାଇଛି । ଏହା ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଲାଗୁ କରାଯିବ ।

ଗେହଲତ ଆହୁରି କହିଛନ୍ତି , ଆଗାମୀ ସମୟରେ କିପରି ସରକାର ନିୟମ ପ୍ରସ୍ତୁତ କରିବେ ଦେଖାଯିବ । ଏହା ଉପରେ  ବିଚାର କରାଯିବ । ପରିବାରର ବାର୍ଷିକ ଆୟ ଓ ଜମିରୁ ଆସୁଥିବା ଟଙ୍କାକୁ ମାପଦଣ୍ଡ ହିସାବରେ ନିଆଯାଇଛି । ବିଲରେ ଆୟ ସୀମାକୁ ନେଇ କିଛି ପ୍ରସଙ୍ଗ ନାହିଁ ।

ଗରୀବଙ୍କ ପାଇଁ ଆରକ୍ଷର ଆଣିବାରେ ସରକାର ପୂର୍ବରୁ ମୁହଁ ବୁଲାଇ ଦେଇଥିବା ପ୍ରସଙ୍ଗରେ ଗେହଲତ କହିଛନ୍ତି, ସଂସଦରେ କିଛି ପ୍ରଣ୍ନ ଉପସ୍ଥାପନା କରିଲେ ଉତ୍ତର ପାଇବା ପାଇଁ ଅନେକ ସମୟ ଲାଗିଯାଏ । କିଛି ନିଷ୍ପତି ଚୁଡାନ୍ତ ହୋଇ ନଥିଲେ ତେବେ ତାହା ପୂରଣ କିପରି କରାଯିବ ବୋଲି ସେ କହିଛନ୍ତି ।

Subscribe

National International State Sports Entertainment