ସଂରକ୍ଷଣ ବିଲ୍ ଉପରେ ବାଜିଲା ରାଷ୍ଟ୍ରପତିଙ୍କ ମୋହର, ଗୋଟିଏ ସପ୍ତାହ ଭିତରେ ଲାଗୁ ହେବ ୧୦ ପ୍ରତିଶତ ସଂରକ୍ଷଣ
Khabar Odisha:National-odisha-newdelhi-President-Ramnath-Kovind-approved-10-percent-reservation-bill-
ନୂଆଦିଲ୍ଲୀ , ଜାନୁଆରୀ ୧୨(ଖବର ଓଡ଼ିଶା):

ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାଧାରଣ ବର୍ଗର ଆର୍ଥିକ ରୂପେ ଅନଗ୍ରସରଙ୍କ ପାଇଁ ଅଣାଯାଇଥିବା ସଂରକ୍ଷଣ ବିଲକୁ ମଞ୍ଜୁରୀ ଦେଇଛନ୍ତି। ଏହା ସହିତ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ଦଶ ପ୍ରତିଶତ ସଂରକ୍ଷଣ ରାସ୍ତା ସଂପୂର୍ଣ୍ଣ ଭାବେ ପରିଷ୍କାର ହୋଇଛି।  ଏହାକୁ ନେଇ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। କୁହାଯାଇଛି ଯେ ଗୋଟିଏ ସପ୍ତାହ ମଧ୍ୟରେ ୧୦ ପ୍ରତିଶତ ସଂରକ୍ଷଣର ଲାଭ ଲୋକଙ୍କୁ ମିଳିବ ଆରମ୍ଭ ହୋଇଯିବ। ସାମାଜିକ ନ୍ୟାୟ ଓ ଅଧିକାରିକ ମନ୍ତ୍ରଣାଳୟ ଗୋଟିଏ ସପ୍ତାହ ମଧ୍ୟରେ କାନୁନ ସହ ଜଡିତ ପ୍ରାବଧାନକୁ ଅନ୍ତିମ ରୂପ ଦେବେ।

ଉଲ୍ଲେଖଯୋଗ୍ୟ ସାଧାରଣ ବର୍ଗରେ  ଆର୍ଥିକ ରୂପେ ଅନଗ୍ରସର ଲୋକଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ  ଦେବା ନିଷ୍ପତ୍ତି ଉପରେ ନରେନ୍ଦ୍ର ମୋଦୀ କ୍ୟାବିନେଟ୍ ଜାନୁଆରୀ ୭ରେ ମୋହର ମାରିଥିଲେ।  ସେହି ଦିନ ହିଁ ଏହାର ସୂଚନା ଦେଶବାସୀଙ୍କୁ ଦିଆଯାଇଥିଲା। ଏହାର ପରବର୍ତ୍ତୀ ଦିନ ଅର୍ଥାତ ଜାନୁଆରୀ ୮ରେ ଲୋକସଭାରେ ସମ୍ଵିଧାନର ୧୨୪ମ ସଂଶୋଧନ ବିଧେୟକ ୨୦୧୯ ଉପସ୍ଥାପନ କରାଯାଇଥିଲା। ସେହି ଦିନ ଲମ୍ବା ବିତର୍କ ସହିତ ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲା। ଏହାରି ସମର୍ଥନରେ ୩୨୩ ଭୋଟ୍ ପଡ଼ିଥିବା ବେଳେ ୩ ସଦସ୍ୟ ଏହି ବିଲକୁ ବିରୋଧ କରିଥିଲେ।

ଜାନୁଆରୀ ୯ରେ ଏହି ବିଲକୁ ସଂସଦର ଉଚ୍ଚସଦନ ରାଜ୍ୟସଭାରେ ଉପସ୍ଥାପନ କରାଯାଇଥିଲା। ଏଥିପାଇଁ ରାଜ୍ୟସଭାର ଶୀତକାଳୀନ ଅଧିବେଶନକୁ ଗୋଟିଏ ଦିନ ପାଇଁ ବୃଦ୍ଧି କରାଯାଇଥିଲା। ରାଜ୍ୟସଭାରେ ଏହି ବିଲ ଉପରେ ଲମ୍ବା ସମୟ ଧରି ବିତର୍କ ହୋଇଥିଲା। ଏହା ସହିତ ସେହି ଦିନ ହିଁ ଏହି ବିଲ ରାଜ୍ୟସଭାରେ ପାରିତ ହୋଇଥିଲା। ଏହି ବିଲ ସପକ୍ଷରେ ୧୬୫ଟି ଭୋଟ୍  ପଡ଼ିଥିବା ବେଳେ ବିପକ୍ଷରେ ୭ ଭୋଟ୍ ପଡ଼ିଥିଲା। ଦୁଇ ଗୃହରେ ବିଲ୍ ପାସ୍ ହେବା ପରେ ଶେଷ ମଞ୍ଜୁରୀ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିଲା। ଏବେ ରାଷ୍ଟ୍ରପତି ଏହି ବିଲ ଉପରେ ନିଜର ମୋହର ମାରିଛନ୍ତି। 

ଏହି ମାନନଙ୍କୁ ମିଳିବ ସଂରକ୍ଷଣର ଲାଭ

- ପ୍ରସ୍ତାବିତ କାନୁନର ଲାଭ ବ୍ରାହ୍ମଣ, ରାଜପୁତ(ଠାକୁର), ଜାଟ, ମରାଠା, ଭୂମିହାର, ଅନେକ ବ୍ୟବସାୟୀ ଜାତି, କାପୁ ଓ କମ୍ମା ସହିତ ଅନ୍ୟ ଓବିସି  ଜାତିଙ୍କୁ ଏହାର ଲାଭ ମିଳିବ।

- ଅନ୍ୟ ଧର୍ମର ଗରିବଙ୍କୁ ମଧ୍ୟ ସଂରକ୍ଷଣର ଲାଭ ମିଳିବ।

- ଏହା ସହିତ ଯେଉଁ ଲୋକଙ୍କ ପାଖରେ ନଗର ନିଗମ ଅଞ୍ଚଳରେ ୧୦୦୦ ବର୍ଗ ଫୁଟ କିମ୍ବା ଏଥିରୁ ଅଧିକ କ୍ଷେତ୍ରଫଳର ଫ୍ଲାଟ ନଥିବ ଏବଂ ୨୦୦ ୟାର୍ଡରୁ ଅଧିକ କୋଠା ନଥିବ ସେମାନଙ୍କୁ ସଂରକ୍ଷଣର ଲାଭ ମିଳିବ। 

- ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ କମ ଥିବ।

- ଯେଉଁ ବ୍ୟକ୍ତି ଏ ପର୍ଯ୍ୟନ୍ତ କୌଣସି ପ୍ରକାରର ସଂରକ୍ଷଣ ଅନ୍ତର୍ଗତ ନଥିବେ। ୃ

- ଯେଉଁ ମାନଙ୍କ ପାଖରେ ୫ ଏକରରୁ କମ ଜମି ଥିବ। 

- ଏ ପର୍ଯ୍ୟନ୍ତ ସମ୍ବିଧାନରେ ଏସସି-ଏସଟି ବ୍ୟତୀତ ସାମାଜିକ ଏବଂ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣର ପ୍ରାବଧାନ ରହିଛି। ମାତ୍ର ଏଥିରେ ଆର୍ଥିକ ରୂପେ ଦୁର୍ବଳ ଲୋକଙ୍କ ବିଷୟରେ କୌଣସି ବ୍ୟବସ୍ଥା ନଥିଲା। 

ଲୋକସଭା ନିର୍ବାଚନରେ ମିଳିବ ଫାଇଦା

ଉଲ୍ଲେଖଯୋଗ୍ୟ ଗତ ଦିନରେ ଏସସି/ଏସଟି ଆକ୍ଟ ଉପରେ ମୋଦୀ ସରକାରଙ୍କ  ନିଷ୍ପତ୍ତି ପରେ ସବର୍ଣ୍ଣ ଜାତିଙ୍କ ମଧ୍ୟରେ ଅସନ୍ତୋଷର ମାହୋଲ ରହିଥିଲା। ବିଧାନସଭା ନିର୍ବାଚନରେ ତିନୋଟି ରାଜ୍ୟରେ ମିଳିଥିବା ପରାଜୟ ଦୃଷ୍ଟିରୁ ଏବେ କେନ୍ଦ୍ର ସରକାର  ସବର୍ଣ୍ଣଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି।

Subscribe

National International State Sports Entertainment