ଏହି ଦେଶରେ ରହନ୍ତି ସବୁଠୁ ଅଧିକ ଧନୀ
Khabar Odisha:More-rich-stayed-in-this-country
ନୂଆଦିଲ୍ଲୀ, ଅଗଷ୍ଟ ୧୧(ଖବର ଓଡ଼ିଶା) :

 ୫୦ କୋଟି ଡ଼ଲାରରୁ ଅଧିକ ସମ୍ପତ୍ତି ରଖିଥିବା ବ୍ୟକ୍ତିଙ୍କ ତାଲିକାର ଶୀର୍ଷରେ ରହିଛି ଆମେରିକା । ଉତ୍ତରଆମେରିକାର ମହାଦ୍ୱୀପରେ ଏଭଳି ସମ୍ପତ୍ତିର ଅଧିକାରୀଙ୍କ ସଂଖ୍ୟା ୩୧.୮ ପ୍ରତିଶତ । ଦ୍ୱିତୀୟ ସ୍ଥାନରେ ରହିଛି ଏସିଆ । ଏସିଆରେ ୨୮.୧ ପ୍ରତିଶତ ସବୁଠୁ ଧନୀ ରହୁଥିବାବେଳେ ୟୁରୋପରେ ୨୫.୪ ପ୍ରତିଶତ ମିଲିଆନେର ଅଛନ୍ତି । ବାକି ୧୫ ପ୍ରତିଶତ ମଧ୍ୟ ଏସିଆ, ଅଷ୍ଟ୍ରେଲିଆ, ଋଷ ଆଦି ଦେଶର ବାସିନ୍ଦା ଥିବା କହିଛି ନାଇଟ ଫ୍ରେଙ୍କ ଏଲଏଲପି ନାମକ ଏକ ସଂସ୍ଥା ।

ଆମେରିକା, ଚୀନ, ଜର୍ମାନୀ, ଜାପାନ, ହଙ୍ଗକଙ୍ଗ, କାନାଡ଼ା, ସୁଇଜରଲାଣ୍ଡ, ଫ୍ରାନ୍ସ , ଋଷ ଏବଂ ବ୍ରିଟେନ ଆଦି ଦେଶ ଗୁଡ଼ିକ ଟପ୍ ଟେନ୍ ମିଲିୟାନେରଙ୍କ ଦେଶ ବୋଲି କୁହାଯାଇଛି । ଆମେରିକା ଓ ଚୀନ ଧନୀ ସଂଖ୍ୟାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଉଭୟ ଦେଶର ଧନୀଙ୍କ ମଧ୍ୟରେ ବୈଷମ୍ୟ ରହିଛି । ଏହି ତାଲିକାର ଏକାଦଶ ସ୍ଥାନରେ ରହିଛି ଭାରତ । ଭାରତରେ ସବୁଠୁ ଧନୀ ୨୦୦ ଲୋକଙ୍କ ନାମ ତାଲିକାରେ ପ୍ରକାଶ ପାଇଛି । ୨୦୧୬ ଓ ୨୦୧୭ ମଧ୍ୟରେ ହଙ୍ଗକଙ୍ଗରେ ୨୩ ପ୍ରତିଶତ ଧନୀ ବଢିଥିବାବେଳେ ବ୍ରିଟେନରୁ ୪ ପ୍ରତିଶତ ଧନୀ ସଂଖ୍ୟା ହ୍ରାସ ପାଇଛି । ଭାରତରେ ୨୦୧୬ ଏବଂ ୨୦୧୭ ମଧ୍ୟରେ ୧୮ ପ୍ରତିଶତ ମିଲିଆନେର ବଢିଛନ୍ତି । 

  • Tags:

Subscribe

National International State Sports Entertainment