ମେହେବୁବା ମୁଫତି କହିଲେ ପିଡ଼ିପି ଭାଙ୍ଗିବା ନେଇ ଉଦ୍ୟମ ହେଲେ ୧୯୯୦ ପରି ପରିସ୍ଥିତି ହେବ, ଅନେକ ସଲାଉଦ୍ଦିନ ସୃଷ୍ଟି ହେବେ
Khabar Odisha:Mehabooba-mufti-threatens-to-central-govt
ଜାମ୍ମୁ/କାଶ୍ମୀର, ଜୁଲାଇ ୧୩(ଖବର ଓଡ଼ିଶା) :

ଜାମ୍ମୁ କାଶ୍ମିରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଛନ୍ତି ଯେ ଯଦି କେନ୍ଦ୍ର କିଛି ଭଙ୍ଗା ଯୋଡ଼ା ରାଜନୀତି କରେ ତେବେ ୧୯୯୦ ପରି ପରିସ୍ଥିତି ସୃଷ୍ଟି ହେବ । ପିଡ଼ିପି ଭାଙ୍ଗିବାର ପ୍ରୟାସ କଲେ ପରିଣାମ ଭୟଙ୍କର ହେବ ବୋଲି ମୁଫତି ସୂଚାଇଛନ୍ତି । ମେହବୁବା କହିଛନ୍ତି ଯେ ଯଦି ଦିଲ୍ଲୀ ୧୯୮୭ ପରି ଲୋକଙ୍କ ଭୋଟ ଦେବାର ଅଧିକାରକୁ ଖାରଜ କରିବ, କାଶ୍ମୀର ଲୋକଙ୍କୁ ବାଣ୍ଟିବାର ପ୍ରୟାସ କରିବ ତେବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ମେହବୁବା କହିଛନ୍ତି ଯେ ଯେଉଁପରି ଜଣେ ସଲାଉଦ୍ଦିନ ଏବଂ ୟାସିନ ମଲିକ ସୃଷ୍ଟି ହୋଇଥିଲେ ଏଥର ତା ଠାରୁ ପରିସ୍ଥିତି ଭୟଙ୍କର ହେବ ।

ସୂଚନା ଯୋଗ୍ୟ ଯେ, ଜାମ୍ମୁ କାଶ୍ମୀରରେ ସରକାର ଭାଙ୍ଗିବା ପରେ ପିଡ଼ିପିର କିଛି ବିଧାୟକ ବିରୋଧ କରିବାକୁ ଆଗେଇ ଆସିଛନ୍ତି । ଖୋଲା ଖୋଲି ବିରୋଧ କରୁଥିବା ଦଳୀୟ ନେତାଙ୍କ ଉପରେ ମେହବୁବା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ଗୁରୁବାର ବାନ୍ଦିପୁରା ଜିଲ୍ଲା ଅଧ୍ୟକ୍ଷ ପଦରୁ ବିଧାନ ପରିଷଦ ସଦସ୍ୟ ୟାସିର ରେସିକୁଂ ବାହାର କରିଦେଇଛନ୍ତି ମେହବୁବା ।

  • Tags:

Subscribe

National International State Sports Entertainment