ମଧ୍ୟ ପ୍ରଦେଶ ନିର୍ବାଚନ: ଟିକେଟ୍ କଟିବାରୁ ବିଷ ପିଇଲେ କଂଗ୍ରେସ ନେତା
Khabar Odisha:madhya-pradesh-assembly-elections-congress-leader-attempted-suicide-in-gwalior
ଭୋପାଳ,ନଭେମ୍ବର୦୯(ଖବର ଓଡ଼ିଶା):

 ମଧ୍ୟପ୍ରଦେଶ ନିର୍ବାଚନରେ ଟିକେଟ୍ ବଣ୍ଟନକୁ ନେଇ ଦଳୀୟ କନ୍ଦଳ ଥମିବାର ନାଁ ନେଉନାହିଁ। ଟିକେଟ୍ ନମିଳିବାରୁ ନେତା ଦଳ ବଦଳ କରୁଥିବା ଦେଖିବାକୁ ମିଳିଛି। ମାତ୍ର ଏବେ ଜୀବନ ହାରିବାକୁ ପଛାଉ ନାହାନ୍ତି ଆଶାୟୀ ପ୍ରାର୍ଥୀ। ଏମିତି ମାମଲା ମଧ୍ୟ ପ୍ରଦେଶର ଗ୍ଵାଲିୟରରେ ଦେଖିବାକୁ ମିଳିଛି। ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ନେତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କଂଗ୍ରେସର ପୂର୍ବତନ ବିଧାୟକ ପ୍ରେମ ସିଂହ କୁଶଓ୍ଵାହ ନିଜର ଟିକେଟ୍ କଟିବାରୁ ମର୍ମାହତ ହୋଇ ବିଷ ପିଇ ଦେଇଛନ୍ତି। ସେ ଗ୍ଵାଲିୟର ସହରରେ ସ୍ଥିତ ମାଧବରାଓ ସିନ୍ଧିଆ ପ୍ରତିମୂର୍ତ୍ତି ସାମ୍ନାରେ ମୂଷାମରା ଔଷଧ ଖାଇ ଦେଇଥିଲେ। ଏଥିରେ ତାଙ୍କର ସ୍ଵାସ୍ଥ୍ୟବସ୍ଥା ଜଟିଳ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି  ଘଟଣା ପରେ ସେଠାରେ ଚହଳ ସୃଷ୍ଟି ପଡ଼ି ଯାଇଛି। 

ସୂଚନା ମୁତାବକ ପ୍ରେମ ସିଂହ କୁଶଓ୍ଵାହ ଗ୍ଵାଲିୟର ଦକ୍ଷିଣ ଓ ଗ୍ଵାଲିୟର ପୂର୍ବ ବିଧାନସଭାରୁ ଟିକେଟ୍ ଦାବି କରୁଥିଲେ, ମାତ୍ର ତାଙ୍କୁ ଟିକେଟ୍ ଦିଆଯାଇ ନଥିଲା। ଗ୍ଵାଲିୟର ଦକ୍ଷିଣରୁ ପ୍ରବୀଣ ପାଠକଙ୍କୁ ଟିକେଟ୍ ଦେବା ଘୋଷଣା ପରେ ତାଙ୍କର ଶେଷ ଆଶା ମଉଳି ଯାଇଥିଲା। ଯେଉଁଥିରେ ସେ ମର୍ମାହତ ହୋଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ସୂଚନାଯୋଗ୍ୟ ପାଠକଙ୍କୁ ଟିକେଟ୍ ଦେବା ନେଇ ସେଠାରେ ଜୋରଦାର ବିରୋଧ ହୋଇଛି। ଗ୍ଵାଲିୟର ସହରରେ ଜ୍ୟୋତି ରାଦିତ୍ୟ ସିନ୍ଧିଆଙ୍କ ପୋଷ୍ଟର ଫଡ଼ା ଯାଇଥିବା ଦେଖିବାକୁ ମିଳିଛି। 

ଟିକେଟ୍ ନମିଳିବାରୁ ଅସନ୍ତୁଷ୍ଟ କୁଶଓ୍ଵାହ ନିଜର ସମର୍ଥକଙ୍କ ସହିତ ଜୟନିବାସ ପ୍ୟାଲେସ ବାହାରେ ଧାରଣା ଦେଇଥିଲେ, ମାତ୍ର ତାଙ୍କ କଥାକୁ କେହି କର୍ଣ୍ଣପାତ କରିନଥିଲେ। ତାଙ୍କର ଅଭିଯୋଗ ଏହା ଯେ ବାହାର ଲୋକଙ୍କୁ ପାର୍ଟି ଟିକେଟ୍ ଦେଉଛି। ଶେଷରେ ସେ ବ୍ୟଥିତ ହୋଇ ବିଷ ପିଇ ଦେଲେ। 

Subscribe

National International State Sports Entertainment