ଜମି ଘୋଟାଲା ସନ୍ଦେହ: ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ-ଓ୍ଵେ ଉପରେ ପଡ଼ିଲା ଯୋଗୀଙ୍କ ଟେଢ଼ା ନଜର
Khabar Odisha:Lucknow-agra-expressway-project-under-Yogi-Adityanath-govts-scanner

ଲକ୍ଷ୍ନୌ,ଏପ୍ରିଲ୨୧(ଖବର ଓଡ଼ିଶା): ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଡ୍ରିମ ପ୍ରୋଜେକ୍ଟ ମଧ୍ୟରୁ ଏକ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ-ଓ୍ଵେ ଉପରେ ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟେଢ଼ା ନଜର ପଡ଼ିଛି। କୁହାଯାଉଛି ଏକ ଜମି ଘୋଟାଲା ମାମଲା ସନ୍ଦେହରେ ଏବେ ଏହି ପ୍ରୋଜେକ୍ଟର ଯାଞ୍ଚ କରାଯିବ।

ସୂଚନା ଅନୁସାରେ, ଏହି ପ୍ରୋଜେକ୍ଟରେ ଅଧିକ କ୍ଷତିପୂରଣ ପାଇବା ଲୋଭରେ ଚାଷ କରାଯାଉଥିବା ଜମିକୁ ଗୋଚର ଜମି ଭାବେ ଦର୍ଶାଯାଇଛି। ଅଧିକାରୀଙ୍କ ସୂତ୍ର ମୁତାବକ ଗତ ୧୮ ମାସରେ ୨୩୦ ଗାଁରେ ହୋଇଥିବା ଜମି କିଣାବିକା ମାମଲାର ତଦନ୍ତ କରିବାକୁ ରାଜ୍ୟ ସରକାର ୧୦ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଏକ୍ସପ୍ରେସ-ଓ୍ଵେର ଟେକ୍ନିକାଲ ସର୍ଭେ ପାଇଁ ଏକ ଏଜେନ୍ସିକୁ ନିୟୋଜିତ କରିଛନ୍ତି।

ଯୋଗୀ ସରକାର ଏହି ପଦକ୍ଷେପ ଉତ୍ତରପ୍ରଦେଶ ଏକ୍ସପ୍ରେସ-ଓ୍ଵେ ଡେଭଲପମେଣ୍ଟ ଅଥରିଟି(ୟୁପିଇଆଇଡିଏ)ର ଏକ ସ୍ଵତନ୍ତ୍ର ଫିଲ୍ଡ ଅଫିସର ଓ୍ଵାଇ. ଏନ ଲାଲଙ୍କ ରିପୋର୍ଟ ଆଧାରରେ ଉଠାଇଛନ୍ତି। ଅଫିସର ଲାଲ ୨୨ ଜମି ମାଲିକ ଓ ୫ ଚକବନ୍ଦୀ ଅଫିସରଙ୍କ ବିରୋଧରେ ମଧ୍ୟ ଫିରୋଜବାଦରେ ମାମଲା ରୁଜୁ କରିଛନ୍ତି। କାରଣ ଏହି ବ୍ୟକ୍ତି ମାନେ ଚାଷ ଜମିକୁ ଗଚୋର ଜମି ଦର୍ଶାଇଥିଲେ।

ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ-ଓ୍ଵେ ପ୍ରୋଜେକ୍ଟ ପାଇଁ ୧୦ଟି ଜିଲ୍ଲାର ୨୩୨ ଗାଁରୁ ୨୦ ହଜାର ୪୫୬ ଚାଷୀଙ୍କଠୁ ୩ ହଜାର ୫୦୦ ହେକ୍ଟର ଜମି କିଣାଯାଇଥିଲା। ମାତ୍ର ଏଥିରେ ଅନିୟମିତତା ହୋଇଥିବା ମାମଲା ଏବେ ସାମ୍ନାକୁ ଆସିଛି। 

Subscribe

National International State Sports Entertainment