ମୁମ୍ବାଇ, ଅକ୍ଟୋବର ୧୨, (ଖବର ଓଡିଶା)
ଆଲିଆ ଭଟ୍ଟ ଓ ବରୁଣ ଧୱନ ‘ଷ୍ଟୁଡେଂଟ ଅଫ ଦ ଇୟର’ରୁ ନିଜ ସିନେମା କ୍ୟାରିୟରଆରମ୍ଭ କରିଥିଲେ । ଏହି ସିନେମା ପରେ ଆଉ ତିନୋଟି ସିନେମାରରେ ଏମାନଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏମାନଙ୍କ ଯୋଡିକୁ ଦର୍ଶକ ପସନ୍ଦ କରୁଥିବାରୁ ବର୍ତମାନ ଚତୁର୍ଥ ଥର ପାଇଁ ମଧ୍ୟ ଏମାନଙ୍କୁ ଦେଖିବାକୁ ମିଳିବ ।
ଷ୍ଟୁଡେଂଟ ଅଫ ଦ ଇଅର ପରେ ହମ୍ପଟି ଶର୍ମାକି ଦୁଲହନିଆ, ଏବଂ ବଦ୍ରିନାଥ କି ଦୁଲହନିଆରେ ଏ ଦୁଇଜଣ ଏକାଠି କାମ କରିଥିଲେ । ଏବେ ୪ର୍ଥ ଥର ପାଇଁ ଉଭୟେ ‘କଳଙ୍କ’ରେ ଏକାଠି ହେଉଛନ୍ତି । ଏହି ସିନେମାର ଶେଷ ଭାଗର ସୁଟିଂ ପାଇଁ ବରୁଣ ଓ ଆଲିଆ ଖୁବ ଶିଘ୍ର କାର୍ଗିଲ ଯିବେ । ମୁମ୍ବାଇରେ ଗତ କିଛି ଦିନ ହେବ ଏହି ସିନେମାର ସୁଟିଂ ଚାଲିଥିଲା ।
ସଲମାନ ଖନଙ୍କ ‘ଭାରତ’ର ସୁଟିଂ ସାରି ବରୁଣ ଏବେ ଆବୁଧାବିରୁ ଫେରିଛନ୍ତି । ବର୍ତମାନ ସେ କଳଙ୍କର ଶେଷ ପର୍ଯ୍ୟାୟ ସୁଟିଂ ପାଇଁ ପ୍ରସ୍ତୁତ ହେଉଛନ୍ତି । ବରୁଣ ଓ ଆଲିଆ ରବିବାର ଦିନ କାର୍ଗିଲ ଅଭିମୁଖେ ଯାତ୍ରା କରିବେ । ଏହି ସିନେମାରେ ଆଲିଆ ଓ ବରୁଣଙ୍କ ବ୍ୟତିତ ମାଧୁରୀ, ଆଦିତ୍ୟ ରୟ କପୁର, ଓ ସଞ୍ଜୟ ଦତ ମଧ୍ୟ ଅଭିନୟ କରୁଛନ୍ତି ।