ଭାରତୀୟ ସାଂସ୍କୃତିକ ଐତିହ୍ୟ ଉପରେ ଆଧାରିତ ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍‌ଯାପିତ
Khabar Odisha: International-seminar-concluded

ଭୁବନେଶ୍ୱର, ମାର୍ଚ୍ଚ୨୦(ଖବର ଓଡିଶା): ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଇନଷ୍ଟିଚ୍ୟୁଟ୍‌ ଅଫ୍ ମିଡ଼ିଆ ଷ୍ଟଡିଜ୍ (ଆଇଏମ୍ଏସ୍) ଆନୁକୂଲ୍ୟରେ ତଥା ଆଇସିସିଆର ଏବଂ ଓଡ଼ିଶା ଲାଇଭ୍ ସହଯୋଗରେ ଆୟୋଜିତ ଭାରତୀୟ ସାଂସ୍କୃତିକ ଐତିହ୍ୟ ଶୀର୍ଷକ ୩ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି।

ଏହି ସମାରୋହରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଡେଭେଲପ୍ମେଂଟ କମିସନର ଆର୍ ବାଲକ୍ରିଷ୍ଣା କହିଥିଲେ ଯେ ଭାରତୀୟ ସଂସ୍କୃତି ଓ ଐତିହ୍ୟ ଏକ ବହୁତ ବଡ଼ ବିଷୟ । ଏବେ ମଧ୍ୟ ଏହାର ଅନେକ ଦିଗ ରହିଛି ଯାହା ଉପରେ ଅଧିକ ଗବେଷଣା କରାଗଲେ ଆମ ସଂସ୍କୃତିର ବିବିଧତା, ଗଭୀରତା ତଥା ବୈଚିତ୍ର୍ୟ ସମ୍ପର୍କରେ ନୂଆ ନୂଆ କଥା ଲୋକଲୋଚନକୁ ଆସିପାରିବ। ତେଣୁ ଏ କ୍ଷେତ୍ରରେ ଅଧିକ ମୌଳିକ ଗବେଷଣା କରିବା ସହ ସତ୍ୟନିଷ୍ଠ ହେବା ପାଇଁ ସେ ଗବେଷକମାନଙ୍କୁ ପରାମର୍ଶ ଦେଇଥିଲେ ।

ଭାରତ, ନେପାଳ, ଭୂଟାନ, ଶ୍ରୀଲଙ୍କା ଏବଂ ଥାଇଲାଣ୍ଡରୁ ଶତାଧିକ ଶିକ୍ଷାବିତ୍ ଓ ଗବେଷକ ଏହି ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେଇଥିଲେ । ଏହି ଅବସରରେ ସମ୍ମିଳନୀର ଆବାହକ ତଥା ଆଇଏମଏସର ନିଦେ୍ର୍ଦଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ଦେଶବିଦେଶରୁ ଆସିଥିବା ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କ ବଳିଷ୍ଠ ଉପସ୍ଥାପନା ପାଇଁ କୃତଜ୍ଞତା ଜଣାଇଥିଲେ । 

Leave a Reply

Your email address will not be published. Required fields are marked *



Comments