ଆଜିଠୁ ଆରମ୍ଭ ହେଉଛି ଗୁପ୍ତ ନବରାତ୍ରି, ଭୁଲରେ ବି କରନ୍ତୁ ନାହିଁ ଏହି କାମ
Khabar Odisha:Gupt-navarati-from-to-day
ନୂଆଦିଲ୍ଲୀ, ଜୁଲାଇ ୧୩ (ଖବର ଓଡ଼ିଶା) :

 ଆଷାଢ ମାସ ପ୍ରତିପଦା ତିଥି ଅର୍ଥାତ ଜୁଲାଇ ୧୩ ତାରିଖ ଠାରୁ ଆରମ୍ଭ ହେଉଛି ଗୁପ୍ତ ନବରାତ୍ରି । ଚଳିତ ଥର ପୁଷ୍ୟ ନକ୍ଷତ୍ର ସହିତ ସର୍ବାଥ ସିଦ୍ଧି ଯୋଗ ରହିଛି । ପୁଷ୍ୟା ନକ୍ଷତ୍ରରେ ଆରମ୍ଭ ହେଉଥିବା ନବରାତ୍ରି ଜୁଲାଇ ୨୧ରେ ରବିଯୋଗ ଏବଂ ଅମୃତ ସିଦ୍ଧି ଯୋଗରେ ସମାପିତ ହେବ । ଏହି ଦିନ ଗୁଡ଼ିକରେ କେତେକ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବାକୁ ସାଧକମାନେ ମତ ଦେଇଛନ୍ତି ।

ଗୁପ୍ତ ନବରାତ୍ରିରେ ମାଙ୍କୁ ପୂଜା କରୁଥିବା ଭକ୍ତ ଚମଡ଼ା ତିଆରି ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ । ଏହି ସମୟରେ ଚୁଟି କାଟନ୍ତୁ ନାହିଁ କି ପିଲାଙ୍କ ମୁଣ୍ଡନ ସଂସ୍କାର ବିଧି କରନ୍ତୁ ନାହିଁ । ଦିବସରେ ନିଦ୍ରା ଯାଆନ୍ତୁ ନାହିଁ । କୌଣସି ବି ବ୍ୟକ୍ତିକୁ ଅପଶବ୍ଦ କହନ୍ତୁ ନାହିଁ । ବିଶେଷ କରି ନାରୀଙ୍କ ପ୍ରତି ଅସମ୍ମାନ କରନ୍ତୁ ନାହିଁ । ୯ଦିନ ପର୍ଯ୍ୟନ୍ତ ଅନ୍ନ ଓ ଲୁଣ ତ୍ୟାଗ କରିବା ବିଧେୟ । ପୂଜା କରୁଥିବା ଭକ୍ତମାନେ ଏହି ୯ଦିନ ଯଦି ଅନ୍ନ ତ୍ୟାଗ କରି ନପାରନ୍ତି ତେବେ ପିଆଜ, ରସୁଣ ଓ ମାଂସାହାର ତ୍ୟାଗ କରିବା ଉଚିତ ।

ସମସ୍ତ ଯୋଗ ଶୁଭରେ ଥିବାରୁ ଚଳିତ ଥର ନବରାତ୍ରିରେ ବିଶେଷ ପୂଜା ଅର୍ଚ୍ଚନା କଲେ ବିଶେଷ ଫଳ ପ୍ରାପ୍ତିର ଯୋଗ ରହିଥାଏ । ମା କାଳୀଙ୍କୁ ଗୁପ୍ତ ପୂଜାରେ ଆରାଧନା କରାଯାଇଥାଏ । ରାତି ୮ଟାରୁ ୧୦ଟା ୯ମିନିଟ ମଧ୍ୟରେ ପୂଜା ସହ ଦୁର୍ଗା ସପ୍ତସତୀ ପାଠ କରିବା ଉଚିତ । 

  • Tags:

Subscribe

National International State Sports Entertainment