ସଚିବାଳୟ ଓ ରାଜ୍ୟର ସବୁ ସରକାରୀ କର୍ମଚାରୀଙ୍କ ପୂଜା ଛୁଟି ବାତିଲ
Khabar Odisha:Government-all-Employees-leaves-Festive-Session-cancelled
ଭୁବନେଶ୍ୱର, ଅକ୍ଟୋବର ୧୨(ଖବର ଓଡ଼ିଶା):

 ସାମୁଦ୍ରିକ ଝଡ ତିତଲି ପ୍ରଭାବରେ ଲଗାଣ ବର୍ଷା ହେତୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସଚିବାଳୟ ଓ ରାଜ୍ୟର ସବୁ ସରକାରୀ କର୍ମଚାରୀଙ୍କ ପୂଜା ଛୁଟି ବାତିଲ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ପୂଜା ଛୁଟିରେ ସମସ୍ତ ସରକାରୀ ଅଫିସ ଓ ସଚିବାଳୟର ବିଭାଗୀୟ ଦପ୍ତର ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରାଞ୍ଚଳ, ଦକ୍ଷିଣାଞ୍ଚଳ ରେଞ୍ଜରେ ମଧ୍ୟ ସବୁ ଅଫିସରଙ୍କ ଛୁଟିକୁ ବାତିଲ କରାଯାଇଛି। ଅକ୍ଚୋବର ୨୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଛୁଟି ବା ପୂଜା ଅବକାଶକୁ ବାତିଲ କରି ଦିଆଯାଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ପକ୍ଷରୁ କୁହାଯାଇଛି।  ଏ ନେଇ ସବୁ ବିଭାଗୀୟ ସଚିବ ଓ ବିଭାଗ ମୁଖ୍ୟଙ୍କୁ ଜିଏ ସଚିବ ଚିଠି ଲେଖିଥିବା ମଧ୍ୟ ଜଣାପଡ଼ିଛି।  ସେହିପରି ଭୁବନେଶ୍ୱର ମହାନଗିର ନିଗମ(ବିଏମସି) କର୍ମଚାରୀଙ୍କ ମଧ୍ୟ ଅକ୍ଟୋବର ୨୪ ପର୍ଯ୍ୟନ୍ତ ଛୁଟି ବାତିଲ କରାଯାଇଛି। ସମସ୍ତ କର୍ମଚାରୀ ନିଜ ନିଜ କ୍ଷେତ୍ରରେ ଉପସ୍ଥିତ ରହିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।    

Subscribe

National International State Sports Entertainment