ଓଡ଼ିଶାରେ ଜିଏସ୍‌ଟି ଠକେଇ, ୨୦ କୋଟି ଟଙ୍କା ଠକେଇ ଅଭିଯୋଗରେ ୨ ଗିରଫ
Khabar Odisha:GST-Scam--2-Arrested
ରାଉରକେଲା, ୧୨ ଅକ୍ଟୋବର(ଖବର ଓଡ଼ିଶା):

୨୦ କୋଟି ଟଙ୍କା ଜିଏସ୍‌ଟି ଠକେଇ ଅଭିଯୋଗରେ ରାଉରକେଲାରୁ ୨ ଜଣ ବ୍ୟବସାୟୀଙ୍କୁ ଗଇନ୍ଦା ବିଭାଗ ଦ୍ୱାରା ଗିରଫ କରାଯାଇଛି। ସେମାନେ ହେଲେ ନାରାୟଣ ଖଇତାନ ଓ ସଞ୍ଜିତ ସିଂହ। ଉଭୟଙ୍କ ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ଜେଲ୍ ହାଜତ୍‌କୁ ପଠାଇ ଦିଆଯାଇଛି। ଦୁଇ ବ୍ୟବସାୟୀ ଜାଲ୍‌ ବିଲ୍‌ ମାଧ୍ୟମରେ ଜିଏସ୍‌ଟି ଫାଙ୍କୁଥିଲେ। ରାଜ୍ୟ ବାହାରେ ମଧ୍ୟ ଉଭୟଙ୍କ ବ୍ୟବସାୟ ରହିଥିବା ଜଣାପଡ଼ିଛି। ଏ ନେଇ ଗୁଇନ୍ଦା ବିଭାଗର ଖୋଳତାଡ ଜାରି ରହିଛି।    

Subscribe

National International State Sports Entertainment