ବସ୍ତିରେ ନିର୍ମାଣଧିନ ଫ୍ଲାଇଓଭର ଖସି ୪ ଶ୍ରମିକ ଆହତ
Khabar Odisha:Flyover-Deck-Slab-Dropped-In-Basti-Four-Laborers-Injured-Rescue-Work-Continue
ନୁଆଦିଲ୍ଲୀ, ଅଗଷ୍ଟ ୧୧, (ଖବର ଓଡିଶା)

ବସ୍ତି ଜିଲ୍ଲାରେ ଲଖନଉ ଓ ଗୋରଖପୁର ସହିତ ଯୋଡି ହେବାକୁ ଥିବା ନ୍ୟାସନାଲ ହାଇ-ୱେ ୨୮ରେ ଏକ ବଡ ଦୁର୍ଘଟଣା ଘଟିଛି । ଏହି ହାଇ-ୱେ ଫ୍ଲାଇ ଓଭର ଖସି ପଡିବାରୁ ୪ଜଣ ଶ୍ରମିକ ଆହାତ ହୋଇଛନ୍ତି । ବର୍ତମାନ ମଧ୍ୟ ଏହି ଫ୍ଲାଇଓଭର ତଳେ ୨ ଜଣ ଫସି ରହିଛନ୍ତି । ତାଙ୍କୁ ବାହାରକୁ ବାହାର କରିବାକୁ ଚେଷ୍ଟା କରାଯାଉଛି । ବସ୍ତି- ଲଖନଉ ଫୋର ଲେନ ଉପରେ ତିଆରି ହେଉଥିବା ଫୁଟ ଓଭର ଏରିଆ ପାଖରେ ନିର୍ମାଣଧିନ ଓଭରବ୍ରୀଜ ଏକ ଡେକ ସ୍ଲାବ ସକାଳେ ଅଚାନକ ଖସି ପଡିଥିଲା । ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଂଚିଥିଲେ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । 

ମିଳିଥିବା ସୂଚନା ଅନୁଯାୟୀ, ଫ୍ଲାଇଓଭର ଧାରରେ ଲୁହାର କ୍ଲାମ୍ପ ଲଗାଇ ସଟରିଙ୍ଗ କରି କଂକ୍ରିଟ ର ଢଳାଇ କାମ ଚାଲୁଥିଲା । ଏହି ସମୟରେ ଫ୍ଲାଇଓଭରର ଏକ ସ୍ଲାବ ଖସି ପଡିଥିଲା । ଏଥିରେ ୪ଜଣ ଶ୍ରିମିକ ଆହାତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ ପରିଚୟ ମିଳିପାରିଛି । ଜଣେ ହେଲେ ଧମେନ୍ଦ୍ର ସିଂହ ଓ ସୁରେଶ ରାୟ । ଏହି ଦୁଇଜଣଙ୍କୁ ଜିଲ୍ଲା ହସ୍ପିଟାଲ ପଠାଯାଇଛି । ଓଭରବ୍ରିଜ ଓ ପିଲର ମଧ୍ୟରେ ଫସିଥିବା ଶ୍ରମିକ ବାବୁ ଶାହାକୁ ସୁରକ୍ଷିତ ବାହାର କରାଯାଇଥିଲା । 

ବସ୍ତି ଜିଲ୍ଲାର ଫୁଟାହିଆ ରାଷ୍ଟ୍ରୀୟ ରାଜମାର୍ଗ ୨୮ଉପରେ କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରାଳୟ ଅନ୍ତର୍ଗତରେ ଆସୁଥିବା ନିର୍ମାଣଧିନ ଫ୍ଲାଇ ଓଭରର ଡେକ ସ୍ଲାବ ଖସିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ସ୍ଥାନୀୟ ପ୍ରଶାସନକୁ ତତତ୍କାଳ ସାହାର୍ଯ୍ୟ କାର୍ଯ୍ୟ ଆରମ୍ଭ କରିବା ସହିତ ସେଠାରେ ଯାତାୟତ ସୁରକ୍ଷିତଭାବେ କିପରି ହେବ ଏହା ଉପରେ ବିଚାର କରିଛନ୍ତି ।  ଏହି ମାମଲାରେ ସିଏମ ଯୋଗୀ ଆଦିତ୍ୟନାଥ ତଦନ୍ତ କରିବାକୁ ଆଦେଶ ଦେଇଛନ୍ତି । 

  • Tags:

Subscribe

National International State Sports Entertainment