୧ମ ଦିନିକିଆ: କୁଲଦୀପ-ରୋହିତଙ୍କ ଆଗରେ ଇଂଲଣ୍ଡ ବିଫଳ, ଭାରତ ୮ ୱିକେଟରେ ବିଜୟୀ
Khabar Odisha:First-ODI-India-beat-England-by-8-wickets

ନଟିଂହାମ, ଜୁଲାଇ ୧୩ (ଖବର ଓଡ଼ିଶା): କୁଲଦୀପ ଯାଦବ କ୍ୟାରିୟରର ସଫଳତମ ବୋଲି (୬ ୱିକେଟ) ଓ ରୋହିତ ଶର୍ମାଙ୍କ ୧୮ତମ ଦିନିକିଆ ଶତକ(୧୩୭ ରନ) ବଳରେ ଭାରତ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି । ଏଥି ସହି ୩ ମ୍ୟାଚ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ଲାଭ କରିଛି । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪୯.୧ ଓଭରରେ ପୂରା ଟିମ ଆଉଟ ହୋଇ ୨୬୮ ରନ ଯୋଡ଼ିଥିଲା । ଜବାବରେ ଭାରତ ଲକ୍ଷ୍ୟକୁ ୪୦.୧ ଓଭରରେ ୨ଟି ୱିକେଟ ହରାଇ ପୂରା କରିଛି । ଟିମ ଇଣ୍ଡିଆର ଉପଅଧିନାୟକ ରୋହିତ ଶର୍ମା ୧୦୫ଟି ବଲ ଖେଳି ୧୩୭ ରନ ଯୋଡ଼ିଥିଲେ । ସେହିଭଳି ଅଧିନାୟକ ବିରାଟ କୋହଲି ୮୨ ବଲରୁ ୭୫ ରନ ସଂଗ୍ରହ କରିଥିଲେ । କୁଲଦୀପଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ଦିଆଯାଇଥିଲା । ଭାରତ ୭ମ ଓଭରରେ ଅର୍ଦ୍ଧଶତକ ହାସଲ କରିଥିଲା । ଓପନର ଶିଖର ଧାୱନ ୨୭ଟି ବଲ  ଖେଳି ୮ଟି ଚୌକା ମାରିବା ସହିତ ୪୦ ରନ ସଂଗ୍ରହ କରିଥିଲେ । 

ପ୍ରଥମ ଇନିଂସରେ କୁଲଦୀପ ଯାଦବ ୬ଟି ଓ୍ଵିକେଟ୍‌ ନେବା ପରେ ଇଂଲଣ୍ଡର ୪୯.୫ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୨୬୮ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। କୁଲଦୀପ ଯାଦବ ୧୦ ଓଭର ବୋଲିଂ କରି ୨୫ ରନ୍‌ ଖର୍ଚ୍ଚ କରିଥିଲେ। ୩ଟି ମ୍ୟାଚ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଗୁରୁବାର ନଟିଂହାମ୍‌ର ଟ୍ରେଣ୍ଟ ବ୍ରଜି ଷ୍ଟାଡିୟମରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଇଂଲଣ୍ଡ ବ୍ୟାଟିଂ କରିଥିଲା।  

ପ୍ରଥମ ୨ ଓଭର ବିନା ଓ୍ଵିକେଟରେ ଇଂଲଣ୍ଡ ୧୧ ରନ ସଂଗ୍ରହ କରିଥିଲା। ୮ମ ଓଭରରେ ଜନି ବେୟାରଷ୍ଟେ ସିଦ୍ଧାର୍ଥ କାଉଲଙ୍କ ବଲରେ ଛକା ମାରି ଇଂଲଣ୍ଡର  ସ୍କୋରକୁ ଅର୍ଦ୍ଧଶତକରେ ପହଞ୍ଚାଇଥିଲେ। ୧୦ ଓଭର ଶେଷ ହେବା ପରେ କୌଣସି ଓ୍ଵିକେଟ ନହରାଇ ୭୧ ରନ୍‌ ସଂଗ୍ରହ ହୋଇଥିଲା। ଅଧିିନାୟକ ବିରାଟ କୋହଲିଙ୍କ ପରାମର୍ଶରେ କୁଲଦୀପ ଯାଦବ ୧୧ତମ ଓଭର ବୋଲିଂ କରିଥିଲେ। ସେ ମାତ୍ର ୧୧ଟି ବଲରେ ଇଂଲଣ୍ଡର ୩ଟି ମୂଲ୍ୟବାନ ଓ୍ଵିକେଟ ନେଇଥିଲେ। 

ଇଂଲଣ୍ଡର ସ୍କୋର ୧୯୮ ରନ୍‌ ଥିବା ବେଳେ ୫ମ ଓ୍ଵିକେଟ୍‌ ପଡ଼ିଥିଲା। ଜୋସ୍‌ ବଟଲର ୫୩ ରନ୍‌ ଯୋଡ଼ି ଆଉଟ୍‌ ହୋଇଥିଲେ। ଦଳୀୟ ସ୍କୋର ୨୧୪ ରନ୍‌ ଥିବା ବେଳେ ବେନ୍‌ ଷ୍ଟୋକ(୫୦) ଆଉଟ୍‌ ହୋଇଥିଲେ। ସେହିଭଳି ୨୧୬ ରନ୍‌ରେ ଡେଭିଡ େଓ୍ଵଲି, ୨୪୫ ରନ୍‌ରେ ମୋଇନ୍‌ ଅଲ୍ଲି ଓ ୨୬୧ ରନ୍‌ରେ ଆଦିଲ ରସିଦ ଆଉଟ୍‌ ହୋଇ ପାଭଲିଅନ ଫେରିଥିଲେ। ଉମେଶ ଯାଦବଙ୍କୁ ୨ଟି ଓ ଯୁଜବେନ୍ଦ୍ର ଚହଲଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଥିଲା। 

 

  • Tags:

Subscribe

National International State Sports Entertainment