ଟ୍ରମ୍ପଙ୍କ ଇଂଲଣ୍ଡ ଗସ୍ତ: ୭୫୦ ହୋଟେଲ ରୁମ୍‌ ବୁକ୍‌, ସାଥୀରେ ଗଣମାଧ୍ୟମର ୧୩ ପ୍ରତିନିଧି
Khabar Odisha:Trump-tour-to-England-750-hotel-rooms-booked

ଓ୍ଵାସିଙ୍ଗଟନ୍‌, ଜୁଲାଇ ୧୩ (ଖବର ଓଡ଼ିଶା): ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୪ ଦିନିଆ ବ୍ରିଟେନ୍‌ ଗସ୍ତରେ ଅଛନ୍ତି ଓ ଏଥି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଇଂରାଜୀ ଖବରକାଗଜ ଟାଇମ୍ସର ଜଣେ ସାମ୍ବାଦିକ ମେଟ୍‌ ଚୋର୍ଲେଙ୍କୁ ବିଶ୍ୱସ୍ତ ସୂତରୁ ମିଳିଥିବା ତଥ୍ୟ ଅନୁସାରେ ଟ୍ରମ୍ପ କିଛି ଅଧିକାରୀ, ସେନାର କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ଡାକ୍ତର ଓ ରୋଷେଇଆ ଆସୁଛନ୍ତି। ଟେଲିଗ୍ରାଫ ରିପୋର୍ଟ କରିଛି, ସାଧାରଣତଃ ଆମେରିକା ରାଷ୍ଟ୍ରପତି ନିଜର ବିଦେଶ ଗସ୍ତରେ ୧୩ ଜଣ ସାମ୍ବାଦିକଙ୍କୁ ନେଇ ଯାଇଥାନ୍ତି। ଏଥିରେ ଦୁଇ ଜଣ ବେତାର ରିପୋର୍ଟର, ୨ ଜଣ ଖବରକାଗଜ ରିପୋର୍ଟର, ୪ ଜଣ ଫଟୋଗ୍ରାଫର, ଟିଭିର ୩ ଜଣ ଓ ଜଣେ ରେଡିଓ ରିପୋର୍ଟର ସାମିଲ। 

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଟ୍ରମ୍ପ ନିଜର ଗସ୍ତ କାଳରେ ୫ଜଣ ସେନା ସହଯୋଗୀଙ୍କ ମଧ୍ୟରୁ ଜଣକୁ ସାଥୀରେ ନେଇ ଯାଆନ୍ତି। ତାଙ୍କୁ କଳା ଚମଡ଼ାର ବେଲ୍ଡରେ ତିଆରି ବକ୍ସକୁ ସମ୍ଭାଳିବାକୁ ପଡ଼ିଥାଏ। ଏହି ବକ୍ସକୁ ନ୍ୟୁକ୍ଲିୟର ଫୁଟବଲ ମଧ୍ୟ କୁହାଯାଇଥାଏ। ଆମେରିକା ରାଷ୍ଟ୍ରପତି ସବୁବେଲେ ଏଥି ସହିତ ଯାତ୍ରା କରିଥାନ୍ତି। 

ଚାର୍ଲୋ କହିଥିଲେ, ସ୍ପଷ୍ଟ ହେଉ ନାହିଁ ଯେ, ଟ୍ରମ୍ପଙ୍କ ସହିତ କେତେ ଜଣ ଲୋକ ଆସୁଛନ୍ତି କିନ୍ତୁ ହୋଟେଲର ୭୫୦ କୋଠରି ବୁକ୍‌ କରାଯାଇଛି। ଟ୍ରମ୍ପଙ୍କ ଅଫିସରେ ୨ଟି ବିମାନ ଓ ୬ଟି ହେଲିକପ୍ଟର ଅଛି। ଟ୍ରମ୍ପ ନିଜର ବିମାନ ‘ଏୟାରଫୋର୍ସ ଓ୍ଵାନ୍‌’ରେ ଇଂଲଣ୍ଡ ଯାତ୍ରା କରିଛନ୍ତି। ସେ ନିଜର ଗାଡ଼ି ‘ଲିମୋ’କୁ ନେଇ ଆସିଛନ୍ତି।  ଏହାକୁ ‘ଦ ବିଷ୍ଟ’ ମଧ୍ୟ କୁହାଯାଇଥାଏ। ଗତ ମାସ ସିଙ୍ଗାପୁର ଗସ୍ତରେ ଟ୍ରମ୍ପଙ୍କୁ ଏହି ୧୦ କୋଟି ଟଙ୍କା ମୂଲ୍ୟର ଏହି କାରରେ ଯାଉଥିବା ବେଳେ ଦେଖାଯାଇଥିଲା। ଆମେରିକାର ରାଷ୍ଟ୍ରପତିମାନେ ଏଭଳି ଗସ୍ତ କରିଥାନ୍ତି। ପୂର୍ବତନ ରାଷ୍ଟ୍ରପତି ଯେତେବେଳେ ଇଂଲଣ୍ଡ ଗସ୍ତ କରିଥିଲେ, ସେହି ସମୟରେ ସେ ୫୦୦ ଲୋକଙ୍କୁ ସାଥୀରେ ନେଇ ଆସିଥିଲେ। 

  • Tags:

Subscribe

National International State Sports Entertainment