ପକାଇଲେ ୧୦, ଲୁଟିଲେ ସାଢ଼େ ୩ ଲକ୍ଷ
Khabar Odisha:Different-type-of-loot-in-sambalpur

ଭୁୁବନେଶ୍ୱର, ଜୁଲାଇ ୧୩ (ଖବର ଓଡ଼ିଶା): ଲୁଟେରାମାନେ ଅଭିନବ କୌଶଳ ବ୍ୟବହାର କରି ସାଢ଼େ ୩ ଲକ୍ଷ ଟଙ୍କା ଲୁଟିଛନ୍ତି । ଏହି ଲୁଟ ପାଇଁ ସେମାନେ ମାତ୍ର କିଛି ୧୦ ଓ ୨୦ ଟଙ୍କିଆ ନୋଟ ଖର୍ଚ୍ଚ କରିଛନ୍ତି । ସମ୍ବଲପୁର ସହରର ବୁଢ଼ାରଜା ଅଂଚଳରେ ଗୁରବାର ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ମୁଦିପଡ଼ା ନିବାସୀ ଶିବ ପ୍ରସାଦ ହୋତା(୫୨)  ସାଢ଼େ ୩ ଲକ୍ଷ ଟଙ୍କା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଉଠାଇଥିଲେ । ଟଙ୍କା ଗୁଡ଼ିକୁ ଏକ ବ୍ୟାଗରେ ଭର୍ତ୍ତି ସେ ଘରକୁ ଯାଉଥିବା ବେଳେ ଲୁଟେରାମାନେ ପୂର୍ବରୁ ଶିବଙ୍କୁ ଟାର୍ଗେଟ କରି ସାରିଥିଲେ । 


ଶିବ ସାଇକେଲରେ ଘରକୁ ଫେରୁଥିବା ବେଳେ ବାଟରେ ୩ଜଣ ଯୁବକ ତାଙ୍କୁ ଅଟକାଇଥିଲେ । ପୂର୍ବ ଯୋଜନା ଅନୁସାରେ ଜଣେ ଯୁବକ ଆଗୁଆ କିଛି ୧୦ ଓ ୨୦ ଟଙ୍କିଆ ନୋଟ ତଳେ ପକାଇ ଦେଇଥିଲା । ଆଉ ଜଣେ ଯୁବକ ଆସି ଶିବଙ୍କୁ କହିଲା, ତୁମ ଟଙ୍କା ପଡ଼ିଯାଇଛି । ଏହା ପରେ ଶିବ ସାଇକେଲ ଷ୍ଟାଣ୍ଡ ମାରି ତଳେ ପଡ଼ିଥିବା ଟଙ୍କା ଉଠାଇବା ବେଳକୁ ଲୁଟେରା ଯୁବକମାନେ ସାଇକେଲରେ ଥିବା ଟଙ୍କା ଭର୍ତ୍ତି ବ୍ୟାଗ ଧରି ଫେରାର ହୋଇଯାଇଥିଲେ । ଲୁଟ ସଂପର୍କରେ ଶିବ ଥାନାରେ ଅଭିଯୋଗ କରିବା ପରେ ଘଟଣା ଲୋକଲୋଚନକୁ ଆସିଛି ।

 

  • Tags:

Subscribe

National International State Sports Entertainment