ସ୍କୁଟି ଉପରେ ମାଡ଼ିଗଲା ଟ୍ରଲର ,ଦୁଇ ଯୁବତୀ ମୃତ
Khabar Odisha:Crime-Odisha-Road-accident-2died
ରାଉରକେଲା, ଫେବୃଆରୀ ୧୧(ଖବର ଓଡ଼ିଶା):

 ରାଉରକେଲାରେ ସ୍କୁଟିକୁ ଟ୍ରଲର ଧକ୍କା ଦେବା ଫଳରେ  ଦୁଇଜଣ ଯୁବତୀଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ବ୍ରାହ୍ମଣୀ ତରଙ୍ଗ ଟିସିଆର ଛକରେ ଏହି ଦୁର୍ଘଟଣାଟି ଘଟିଛି ।

ସୂଚନା ମୂତାବକ, ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଟିସିଆର ଛକରେ ଏକ ସ୍କୁଟିକୁ ଟ୍ରଲରଟି ଧକ୍କା ଦେଇଥିଲା ।  ଫଳରେ  ଘଟଣାସ୍ଥଳରେ ଦୁଇ ଯୁବତୀ ମୃତ୍ୟୁବରଣ କରିଛନ୍ତି । ନୂଆ ସ୍କୁଟିରେ ଯିବା ବେଳେ ରାସ୍ତାରେ ଟ୍ରଲରଟି ସ୍କୁଟି ଉପରେ ମାଡ଼ିଯାଇଥିଲା । ତେବେ ମୃତ ଯୁବତୀ ଦ୍ୱୟଙ୍କ ପରିଚୟ ମିଳିପାରି ନାହିଁ ।

ଦୁର୍ଘଟଣା ଘଟାଇବା ପରେ ଟ୍ରଲର ସହ ଡ଼୍ରାଇଭର ଫେରାର ହୋଇଥିବା ସୂଚନା ମିଳିଛି । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Subscribe

National International State Sports Entertainment