ବିମୁଦ୍ରାକରଣ ବିରୋଧରେ କଂଗ୍ରେସର ଧାରଣା, ଅଚ୍ଛେଦିନ୍ ନୁହେଁ, ଖରାପ୍ ଦିନ: ନିରଞ୍ଜନ
Khabar Odisha:Congress-Protest-For-Demonetization
ଭୁବନେଶ୍ୱର,୦୯ ନଭେମ୍ବର(ଖବର ଓଡ଼ିଶା): ପ୍ର

ପ୍ରଧାନମନ୍ତ୍ରୀ ମୋଦା ବିମୁଦ୍ରାକରଣ ଘୋଷଣା କରିବାର ୨ ବର୍ଷ ପୂର୍ତି ଉପଲକ୍ଷେ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ କଳା ଦିବସ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଆରବିଆଇ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାସହ କଂଗ୍ରେସ କର୍ମକର୍ତାମାନେ କଳା ବ୍ୟାଚ୍ ପିନ୍ଧି ଧାରଣାରେ ବସି ରହିଥିଲେ । ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଯୋଗ ଦେଇ କହିଥିଲେ ଯେ ୟେ ଅଚ୍ଛେଦିନ୍ ନୁହେଁ । ଖରାପ୍ ଦିନ ଆସିଗଲା । ଦ୍ରୁତ ଗତିରେ ଦେଶ ଅବନତି ଆଡକୁ ଗତି କରୁଛି ।

ସେହିପରି ଶ୍ରୀକାନ୍ତ ଜେନା କହିଥିଲେ ଯେ ମୋଦି ତାଙ୍କ ପାଗଳାମୀ ପାଇଁ କ୍ଷମା ମାଗିବା ଦରକାର । ବିମୁଦ୍ରାକରଣ ଯୋଗୁଁ ଗରିବ ଲୋକେ ବର୍ଷ ବର୍ଷ ଧରି ସଂଚିଥିବା ଧନ ହରାଇଛନ୍ତି । ବଡ ବଡ ଶିଳ୍ପପତି ଙ୍କୁ ସୁବିଧା ଦେବା ପାଇଁ ବିମୁଦ୍ରୀକରଣ ନିଷ୍ପତି ନିଆଯାଇଥିଲା । ଯେତିକି ନୋଟ୍ ଅକାମୀ ହୋଇଥିଲା ସବୁ ଫେରିଲା କି ବୋଲି ଶ୍ରୀ ଜେନା ପ୍ରଶ୍ନ କରିଛନ୍ତି ।

Subscribe

National International State Sports Entertainment