ସକାଳେ ଭାଜପା ସନ୍ଧ୍ୟାରେ କଂଗ୍ରେସ
Khabar Odisha:Congress-Leader-Wife-Joins-BJP-But-Later-Review-Her-Decision-And-Rejoins-Party-Within-Some-Hours
ନୂଆଦିଲ୍ଲୀ, ଅକ୍ଟୋବର ୧୨, (ଖବର ଓଡିଶା)

 ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ଘୋଷଣା ହୋଇ ସାରିଛି । ରାଜ୍ୟରେ ଡିସେମ୍ବରରେ ନିର୍ବାଚନ ହେବ । ଏହ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଓ ପୂର୍ବ ଉପ ମୁଖ୍ୟମନ୍ତ୍ରୀ ଦାମୋଦର ରାଜା ନରସିହ୍ମାଙ୍କ ପତ୍ନୀ ପଦ୍ମିନୀ ରେଡ୍ଡୀ ଗୁରୁବାର ଦ୍ୱିପହରରେ ଭାଜପାର ହାତ ଧରିଥିଲେ । ତାଙ୍କୁ ତାଙ୍କ ମନ ମୁତାବକ ସିଟ ନ ମିଳିବା କାରଣରୁ ସେ ଦଳ ଛାଡି ଦେଇଛନ୍ତି । କିନ୍ତୁ ଭାଜପାରେ ମିଶିବା ପରେ ସେ ତାଙ୍କ ନିଷ୍ପତି ବଦଳାଇ ଦେଇଥିଲେ ଓ ଦ୍ୱୀତିୟ ଥର ପାଇଁ କଂଗ୍ରେସକୁ ଚାଲି ଆସିଛନ୍ତି । 

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଦିନ ପଦ୍ମିନୀ ରେଡ୍ଡୀ ଭାଜପାର ତେଲଙ୍ଗାନା ୟୁନିଟର ଅଧ୍ୟକ୍ଷ ଲକ୍ଷ୍ମଣ ଓ ରାଷ୍ଟ୍ରୀୟ ମହା ସଚିବ ମୁରଲୀଧର ରାଓଙ୍କ ଉପସ୍ଥିତିରେ କଂଗ୍ରେସ ଛାଡି ଭାଜପାର ହାତ ଧରିଥିଲେ । କିନ୍ତୁ ସନ୍ଧ୍ୟାରେ ସେ କହିଥିଲେ କି,  ନିଜ ନିଷ୍ପତିକୁ ବଦଳାଇ ଦେଇଛନ୍ତି ଓ ସେ କଂଗ୍ରେସରେ ହିଁ ରହିବେ । ପଦ୍ମିନୀ ମେଦକ ଅଂଚଳରୁ ନିର୍ବାଚନ ଲଡିବାକୁ ଚାହୁଁଛନ୍ତି । ସେ ଭାଜପାରେ ମିଶିବାର ନିଷ୍ପତି ଏଥିପାଇଁ ନେଇଥିଲେ କି  ସେ ଜାଣିବାକୁ ପାଇଥିଲେ କି କଂଗ୍ରେସ ଗୋଟିଏ ପରିବାରରୁ ଗୋଟିଏ ସଦସ୍ୟଙ୍କୁ ଟିକେଟ ମିଳିବ ଓ ତାଙ୍କୁ ଟିକେଟ ଦେବାର କୌଣସୀ ବିଚାର କରାଯାଇ ନାହିଁ । ଏହି ନିଷ୍ପତି ବର୍ତମାନ ବିଧାୟକଙ୍କ ଉପରେ ମଧ୍ୟ ଲାଗୁ ହେବ । ସେଥିପାଇଁ ସେ ଦଳ ଛାଡିଥିଲେ । ପଦ୍ମିନୀଙ୍କ ଏହି ନିଷ୍ପତିରେ ଦଳର କର୍ମକର୍ତା ଦୁଖିଃତ ଥିଲେ ଓ  ସେମାନେ ତାଙ୍କୁ ପୁର୍ନବିଚାର କରିବାକୁ କହିଥିଲେ । କର୍ମକର୍ତାଙ୍କ ଭାବନାକୁ ନଜରରେ ରଖି ସେ ଭାଜପାରେ ସାମିଲ ହେବାର ନିଷ୍ପତିକୁ ରଦ୍ଦ କରିଥିଲେ ।                                                                                                                                                                                                

Subscribe

National International State Sports Entertainment