ତିତଲି ପାଇଁ ଗଠନ ହେଲା ମନ୍ତ୍ରିସ୍ତରୀୟ କମିଟି, ପ୍ରଭାବିତ ଜିଲ୍ଲା ଯାଇ କରିବେ ଅନୁଧ୍ୟାନ
Khabar Odisha:CMNaveen-Patnaik-constitutes-3-member-ministerial-committee-to-review-damages-caused-by-CycloneTitli
ଭୁବନେଶ୍ୱର, ଅକ୍ଟୋବର ୧୨(ଖବର ଓଡ଼ିଶା):

ତିତଲି ଯୋଗୁଁ ରାଜ୍ୟର ବିଶେଷ ଭାବେ ପ୍ରଭାବିତ ହୋଇଥିବା ତିନି ଜିଲ୍ଲାର ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ଶୁକ୍ରବାର ତିନି ଜଣିଆ ମନ୍ତ୍ରିସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି, ଗୃହ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଅଛନ୍ତି। ଶ୍ରୀ ମହାନ୍ତି ଏହି କମିଟିର ଅଧ୍ୟକ୍ଷ ଅଛନ୍ତି। ବାତ୍ୟା ତିତଲି ଦ୍ୱାରା ବ୍ୟାପକ ପ୍ରଭାବିତ ହୋଇଥିବା ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାକୁ ଯିବାକୁ ଏହି ତିନି ମନ୍ତ୍ରୀଙ୍କୁ  ନିର୍ଦ୍ଦେଶ ଦିଆଯାଇଛି। ପ୍ରଭାବିତ ଅଞ୍ଚଳକୁ ଯାଇ ପୁନରୁଦ୍ଧାର କାମ ଅନୁଧ୍ୟାନ କରିବା ସହ ତୁରନ୍ତ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ମଧ୍ୟ ତଦାରଖ କରିବେ।   

Subscribe

National International State Sports Entertainment