ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ ଠକେଇ, ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ପୁଅକୁ ସିବିଆଇର ଜେରା
Khabar Odisha:CBI-Ask-ministers-son-about-AT-link
ଭୁବନେଶ୍ୱର, ଜୁଲାଇ ୧୩(ଖବର ଓଡ଼ିଶା) :

କିଛି ଦିନର ନୀରବତା ପରେ ସିବିଆଇ ପୁଣି ଚିଟ୍ ଫଣ୍ଡ କେଳେଙ୍କାରୀକୁ ନେଇ  ତନାଘନା ଆରମ୍ଭ କରିଛି । ପୂର୍ବରୁ ଶାସକ ଦଳର ସାଂସଦ ଓ ବିଧାୟକଙ୍କୁ ଜେରାର ସାମ୍ନା କରିବା ସହ ଜେଲ ଯିବାକୁ ପଡ଼ିଥିବାବେଳେ ଏବେ ସିବିଆଇ ଜେରାର ସମ୍ମୁଖୀନ ହୋଇଛନ୍ତି ବିଜେଡ଼ିର ବରିଷ୍ଠ ନେତା ତଥା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ । ମନ୍ତ୍ରୀ ପୁଅ ବିପ୍ଲବ ପାତ୍ର (ପିଣ୍ଟୁ)କୁ ସିବିଆଇ ପଚରାଉଚରା କରିଥିବା ଜଣାଯାଇଛି । ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ ଅର୍ଥରେ କିଣାଯାଇଥିବା କମ୍ପୁଟରକୁ ପିଣ୍ଟୁ ନିଜ କାର୍ଯ୍ୟାଳୟରେ ନେଇ ବ୍ୟବହାର କରୁଥିବା ସିବିଆଇ ଦୃଷ୍ଟିକୁ ଆସିଥିଲା । ସିବିଆଇ ପିଣ୍ଟୁଙ୍କୁ ଜେରା କରିବା ସହ କମ୍ପ୍ୟୁଟର ବିକ୍ରୀ କରିଥିବା ସହୀଦ ନଗରର କମ୍ପ୍ୟୁଟର ସଂସ୍ଥାର କିଛି କର୍ମଚାରୀଙ୍କ ବୟାନ ରେକର୍ଡ଼ କରିଛି ।

ପୂର୍ବରୁ ନୁଆପଲ୍ଲୀ ଅଂଚଳର ବିଲଡ଼ର ସତ୍ୟବ୍ରତ ଧୀରଙ୍କ ସମେତ ହୋଟେଲ ମାଲିକ କମଳାକାନ୍ତ ଦାସ, ଲକ୍ଷ୍ମୀସାଗର ଛକ ନିକଟ ଏକ ବାରର ମାଲିକ ଅଜୟ ନାୟକଙ୍କୁ ଜେରା କରାଯାଇଥିବା ଜଣାଯାଇଛି । 

  • Tags:

Subscribe

National International State Sports Entertainment