ବାରିପଦାରେ ରାସ୍ତା ତଳକୁ ଓଲଟି ପଡିଲା ବସ୍ , ୮ ଆହତ
Khabar Odisha:Bus-Accident-in-Baripada--8-injured
ମୟୂରଭଞ୍ଜ,୧୨ ଅକ୍ଟୋବର(ଖବର ଓଡ଼ିଶା):

ବାରିପଦାରୁ ସୁନ୍ଦରଗଡ ଯାଉଥିବା "ଖୁସି" ନାମକ ଏକ ଯାତ୍ରୀବାହୀ ଦୂରଗାମୀ ବସ୍ ଏନଏଚ୍ -୧୮ ଅନ୍ଧାରୀ ଛକଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ତା ମଝିରେ ଥିବା ଡିଭାଇଡର ସହ ବାଡେଇ ହୋଇ ବସଟି ରାସ୍ତା ତଳକୁ ଓଲଟି ପଡିବାରୁ ଘଟଣାରେ ୮ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆଜି ସଂଧ୍ୟା ୭.୩୦ ମିନିଟରେ ଏହି ଘଟଣା ଘଟିଛି। ପ୍ରବଳ ବର୍ଷା ହେଉଥିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। 

Subscribe

National International State Sports Entertainment