ନୂଆଦିଲ୍ଲୀ, ଅକ୍ଟୋବର ୧୨, (ଖବର ଓଡିଶା)
ପାଟନା ବିଶ୍ୱବିଦ୍ୟଳୟର ଛାତ୍ରୀମାନଙ୍କ ପାଇଁ ଏକ ବଡ ଖୁସି ଖବର । ମୁଖ୍ୟମନ୍ତ୍ରୀ କନ୍ୟା ଉଥାନ ଯୋଜନା ମାଧ୍ୟମରେ ୩ ହଜାର ଛାତ୍ରମାନଙ୍କୁ ମିଳିବ ୨୫ ହଜାର ଲେଖାଏଁ ଟଙ୍କା । ବିଶ୍ୱ ବିଦ୍ୟାଳୟ ବର୍ଷ ୨୦୧୮-୧୯ର ପାସ ଆଉଟ ଛାତ୍ରୀମାନଙ୍କୁ ସଂଖ୍ୟା, ବିଷୟ ଓ ସ୍ତର ର ସୂଚନା ରେଜିଷ୍ଟର କାର୍ଯ୍ୟାଳୟରେ ଜମା କରି ଦେଇଛନ୍ତି ଓ ଯେଉଁମାନେ ବର୍ତମାନ ପର୍ଯ୍ୟନ୍ତ ସୂଚନା ପ୍ରଦାନ କରି ନାହାଁନ୍ତି ସେମାନଙ୍କୁ ଶୀଘ୍ର ସୂଚନା ଜମା କରବାକୁ କୁହାଯାଇଛି ।
ସୂଚନା ଯୋଗ୍ୟକି, ବିହାର ରେଜିଷ୍ଟର କାର୍ଯ୍ୟାଳୟରେ ସମସ୍ତ ବିଦ୍ୟାଳୟକୁ ଆଦେଶ ଦେଇ କହିଛନ୍ତି କି, ବ୍ୟାଙ୍କ ଖାତା ନମ୍ବର ସହିତ ଆଇଏଫଏସସି କୋଡ, ଆଧାର ନମ୍ବର ଓ ମୋବାଇଲ ନେଇ ରେଜିଷ୍ଟର ଅଫିସରେ ଠିକଣାରେ ପଠାଇବା ଅନିବାର୍ଯ୍ୟ ଅଟେ । ଯାହାଦ୍ୱାରା କି ଏହି ଯୋଜନାକୁ ଆଗକୁ ନେଇ ହେବ । ଦିଆଯାଇଥିବା ଅଧା ସୂଚନାକୁ ଗ୍ରହଣ କରାଯିବ ନାହିଁ । ଅକ୍ଟୋବର ୧୩ ପୂର୍ବରୁ ସମସ୍ତ କଲେଜର ଛାତ୍ରୀମାନଙ୍କ ସହିତ ଜଡିତ ଥିବା ସମସ୍ତ ସୂଚନା ଦେବାକୁ ହେବ ।