ଏସବୁ ସମସ୍ୟାରୁ ରକ୍ଷା ପାଇବାକୁ ହେଲେ, ରାତିରେ ଖାଆନ୍ତୁ ନାହିଁ ଦହି
Khabar Odisha:Benefits-Of-Curd-And-Its-Side-Effects
ଭୁବନେଶ୍ୱର, ଅକ୍ଟୋବର ୧୨, (ଖବର ଓଡିଶା)

ଦହି ଖାଇବା ପାଟିକୁ ଯେତିକି ସ୍ୱାଦିଷ୍ଟ ଲାଗେ, ଏହା ଆମ ଶରୀର ପାଇଁ ମଧ୍ୟ ସେତିକି ଉପକାରୀ । ଆମେ ସମସ୍ତେ ଜାଣିଛେ ଦହି ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ ହୋଇଥାଏ। କିନ୍ତୁ ଏହାକୁ ଯଦି ଠିକ୍ ସମୟରେ ନଖିଆଯାଏ ତେବେ ତାହା ଅନେକ ସମସ୍ୟା ସୃଷ୍ଟି କରିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି ରାତିରେ ଦହି ଖାଇଲେ ମାତା ମହାଲକ୍ଷ୍ମୀଙ୍କ କୋପ ଦୃଷ୍ଟି ପଡ଼ିଥାଏ। ଫଳରେ ଘରେ ଅର୍ଥାଭାବ ହୁଏ।ସେଥି ପାଇଁ ରାତି ଅପେକ୍ଷା ଦିନରେ ଦହି ଖାଇବା ଉଚିତ୍ । 

ରାତିରେ ଦହି ଖାଆନ୍ତୁ ନାହିଁ। ରାତିରେ ଦହି ଭକ୍ଷଣ କରିବାକୁ ଉଭୟ ପୁରାଣ ଏବଂ ବିଜ୍ଞାନ ବାରଣ କରେ। ଦହିରେ ଅନେକ ଭଲ ଗୁଣ ରହିଛି। ମାତ୍ର ରାତିରେ ଦହି ଖାଇଳେ ବିପରୀତ ପ୍ରଭାବ ପଡ଼େ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।କାରଣ ଏହା ଶରୀରର ସ୍ବାଭାବିକ ମେଟାବୋଲିକ୍‌ ପ୍ରକିୟାରେ ଆଣିଥାଏ ବାଧା। ଯାହାଫଳରେ ଥଣ୍ଡା,କାଶ, କଫ, ଆଜ୍‌ମା ଆଦି ହେବାର ଆଶଙ୍କା ରହିଥାଏ। ରାତିରେ ଦହି ଏସିଡିଟି ସମସ୍ୟା ସୃଷ୍ଟି କରିଥାଏ। ରାତିରେ ଦହି ଖାଇଲେ ଶରୀରରେ ଉଷ୍ମ ଭାବ ସୃଷ୍ଟି ହୋଇ ଥାଏ । 

ଏହାଦ୍ୱାରା ରକ୍ତଚାପ ବୃଦ୍ଧି ପାଇ ରହିଥାଏ ହାର୍ଟ ଆଟାକ୍‌ ହେବାର ଆଶଙ୍କା।ରାତିରେ ଦହି ସହଜ ରେ ହଜମ ହୋଇ ପାରି ନ ଥାଏ ବୋଲି ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଟରଗେଟିଭ୍‌ ମେଡିସିିନ୍‌ ଦ୍ୱାରା କରାଯାଇଥିବା ଗବେଷଣା ରିପୋର୍ଟରେ ସୂଚିତ ହୋଇଛି।ଫଳରେ ସୁଖ ନିଦ୍ରାରେ ବ୍ୟାଘାତ ସୃଷ୍ଟି ହୁଏ। ଦହି ଖାଇ ସଙ୍ଗେ ସଙ୍ଗେ ଶୋଇବା ଦ୍ୱାରା ଠିକ୍‌ ଭାବେ ହଜମ ହୋଇନଥାଏ।ତେବେ ଦହି ସହିତ ଚିନି ମିଶାଇ ଖାଇଲେ ସୁଫଳ ମିଳେ । ରାତିରେ ଦହି ଖାଇଲେ ଶରୀରରେ ଫ୍ୟାଟ୍‌ ସୃଷ୍ଟି ହେବା ଯୋଗୁ ମେଦ ବହୁଳତା ହେବାର ଆଶଙ୍କା ରହିଥାଏ । 

                                                                                                                                                                                                                                                                                                            

Subscribe

National International State Sports Entertainment