ବୈଦିକ ରୀତିନୀତି ପାଇଁ ୬ଦିନ ଲାଗି ବନ୍ଦ ରହିଛି ତିରୁପତିଙ୍କ ମନ୍ଦିର, ୧୨ ବର୍ଷରେ ଥରେ ହୋଇଥାଏ ଏଭଳି ପରମ୍ପରା
Khabar Odisha:Ban-on-entry-at-tirupati-for-6-days
ହାଇଦ୍ରାବାଦ, ଅଗଷ୍ଟ ୧୧(ଖବର ଓଡ଼ିଶା) :

ତିରୁପତି ତିରୁମାଲାରେ ଥିବା ପ୍ରସିଦ୍ଧ ଭେଙ୍କେଟେଶ୍ୱର ମନ୍ଦିରରେ ଚାଲିଛି ବିଶେଷ ରୀତିନୀତି । ୧୨ ବର୍ଷରେ ଥରେ ହେଉଥିବା ଏହି ନୀତି ଅନୁଯାୟୀ ଭଗବାନ ଭେଙ୍କେଟେଶଙ୍କ ସର୍ବ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି । ଅଗଷ୍ଟ ୯ ତାରିଖ ଠାରୁ ୧୭ ତାରିଖ ଦିନ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ଏହି ଦେବାଳୟକୁ ପ୍ରବେଶ ଉପରେ ପ୍ରଶାସନ କଟକଣା ଲଗାଇଛି ।

ଅଗଷ୍ଟ ୯ ତାରିଖ ସନ୍ଧ୍ୟା ୬ଟା ପରଠାରୁ ବୈକୁଣ୍ଠମ କ୍ୟୁ ରୁ ଯାତ୍ରୀମାନଙ୍କୁ ହଟାଇ ଦିଆଯାଇଛି । ୧୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଏହି କଟକଣା ରହିବ । ଏହି ସମୟ ମଧ୍ୟରେ ଭକ୍ତମାନେ ତିରୁମାଲାର ଏହି ପ୍ରସିଦ୍ଧ ଦେବସ୍ଥଳୀକୁ ନଆସନ୍ତୁ ବୋଲି ନିବେଦନ କରାଯାଇଛି । ସୂଚନା ଯୋଗ୍ୟ ଯେ, ପ୍ରତି ୧୨ ବର୍ଷ ମଧ୍ୟରେ ଥରେ ତିରୁପତିଙ୍କ ଏହି ମନ୍ଦିରରେ ଔଷଧୀୟ ଗୁଳ୍ମରେ ପ୍ରସ୍ତୁତ ଏକ ମଣ୍ଡର ପ୍ରଲେପ ଦେବା ସହ ମରାମତି କାମ ଚାଲେ । ଆଧୁନିକ କଂକ୍ରିଟ ସିମେଣ୍ଟ ଠାରୁ ଆହୁରି ଦୃଢ ଏହି ଗୁଳ୍ମର ମଣ୍ଡ । ୧୨ ବର୍ଷରେ ଥରେ ମନ୍ଦିରର ବିଭିନ୍ନ ଅଂଶରେ ଏହି ମଣ୍ଡ ଲେପ ଦିଆଯାଏ । ଲେପ ବେଳେ ବୈଦିକ ମନ୍ତ୍ର ପାଠ କରାଯାଏ । ୫ ହଜାର ବର୍ଷ ତଳର ଏହି ମନ୍ଦିରକୁ ଅଗଷ୍ଟ ପ୍ରଥମ ସପ୍ତାହରେ ୫.୫ ଲକ୍ଷ ଭକ୍ତ ଆସିଥିବା ଜଣାଯାଇଛି । 

  • Tags:

Subscribe

National International State Sports Entertainment