ସସ୍ମିତଙ୍କ ଛତ୍ରଛାୟାରେ ସେଲଟର ହୋମ ମୁଖ୍ୟ ଫୟାଜ, କାଲିଠୁ ୨ ଦିନ ଧରି ପ୍ରତିବାଦ କରିବ ବିଜେପି ମହିଳା ମୋର୍ଚ୍ଚା
Khabar Odisha:BJP-Mahila-Morcha-Alligation-on-Dhenkanal-Shelter-Home
ଭୁବନେଶ୍ୱର, ଡିସେମ୍ବର ୦୬(ଖବର ଓଡ଼ିଶା):

ଢେଙ୍କାନାଳ ଜିଲ୍ଲା ସେଲଟର ହୋମରେ ଯୌନ ନିର୍ଯ୍ୟାତନା ଘଟଣାରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ଟାର୍ଗେଟ୍ କରିଛି ବିଜେପି ମହିଳା ମୋର୍ଚ୍ଚା। ସସ୍ମିତଙ୍କ ଛତ୍ରଛାୟାରେ ସଂପୃକ୍ତ ସଂସ୍ଥା ଗୁଡ଼ ନ୍ୟୁଜ୍ ଅଫ୍ ଇଣ୍ଡିଆର ମୁଖ୍ୟ ଡ. ଫୟାଜ ରେହମାନ୍ ବୋଲି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିଡ଼ା ସାଂଘାତିକ ଅଭିଯୋଗ କରିଛନ୍ତି। ସସ୍ମିତଙ୍କ ଜରିଆରେ ଫୟାଜ ରେହମାନ ଓଡ଼ିଶାରେ କାୟା ବିସ୍ତାର କରିଥିବା ସେ କହିଛନ୍ତି।  

 ଶ୍ରୀମତି ପରିଡା କହିଛନ୍ତି ଯେ ଏହି ଘଟଣାର ପ୍ରତିବାଦରେ ମହିଳା ମୋର୍ଚ୍ଚାର ସଦସ୍ୟ ବିକ୍ଷୋଭ କରିବ । ଆସନ୍ତାକାଲି ଠାରୁ ସମସ୍ତ ୩୦ଟି ଜିଲ୍ଲାର ସଦର ମହକୁମାରେ ଢେଙ୍କାନାଳ ସେଲଟର ହୋମ ଘଟଣାର ପ୍ରତିବାଦ କରାଯିବ । ଡିସେମ୍ବର ୭ ଓ ୮ ତାରିଖ ଦୁଇ ଦିନ ଧରି ପ୍ରତିବାଦ ସଭା କରାଯିବ। ସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ ଇସ୍ତଫା ଦାବି କରାଯିବା ସହ ତାଙ୍କ କୁଶ ପୁତ୍ତଳିକା ଦାହ କରାଯିବ ବୋଲି ଶ୍ରୀମତି ପରିଡା କହିଛନ୍ତି।     

Subscribe

National International State Sports Entertainment