ଚଳିତ ବର୍ଷ ୪୪.୭ ଡିଗ୍ରୀ ସହ ବଲାଙ୍ଗିରର ରେକର୍ଡ ଭାଙ୍ଗିଲା ଅନୁଗୁଳ, ୪ଟି ସହର ୪୪ ଉପରେ
Khabar Odisha: Anugul-broke-the-record-of-Bolangir-with-447-degree-temperature

ଭୁବନେଶ୍ଵର,ଏପ୍ରିଲ୨୧(ଖବର ଓଡ଼ିଶା): ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ତାତି ବୃଦ୍ଧି ପାଇବା ସହ ଅଧା ଓଡ଼ିଶା ଏବେ ତତଲା କଡ଼େଇରେ ପରିଣତ ହୋଇଛି। ଆଜି ରାଜ୍ୟର  ୪ଟି ସହରରେ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି। କିଛି ଦିନ ଧରି ରାଜ୍ୟରେ ଉତ୍ତପ୍ତ ସହରରେ ପରିଣତ ହୋଇଥିବା ବଲାଙ୍ଗିରକୁ ଟପି ୪୪.୭ ଡିଗ୍ରୀ ସହ ଅନୁଗୁଳ ଶୁକ୍ରବାର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଆଜି ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।

ପାଣିପାଗ ବିଭାଗ ସୂଚନା ମୁତାବକରାଜ୍ୟରେ ଆଜି ସର୍ବୋଚ୍ଚ ତାପମାତ୍ରା ଅନୁଗୁଳରେ ରେକର୍ଡ କରାଯାଇଛି।  ୪୪.୫ ଡିଗ୍ରୀ ସହ ବଲାଙ୍ଗିରରେ ଦ୍ଵିତୀୟରେ ରହିଛି। ଏହିପରି ତାଳଚେର ୪୪.୧, ଝାରସୁଗୁଡ଼ା ୪୪, ସୋନପୁର ୪୩.୮, ଟିଟିଲାଗଡ଼, ହୀରାକୁଦ ଓ ସମ୍ଵଲପୁରେ ତାପମାତ୍ର ୪୩ ଡିଗ୍ରୀ ରହିଛି। ଏହା ସହ କେନ୍ଦୁଝର ୪୦.୧ଭବାନୀପାଟଣା ୪୨.୫ ଓ ଫୁଲବାଣୀରେ ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି। 

Subscribe

National International State Sports Entertainment