ସୁଦାନର ବାଉରେ ବିମାନ ଦୁର୍ଘଟଣା, ୪୪ ମୃତ
Khabar Odisha: Aircrash-on-Sudans-Bau-Airport-44-died

ବାଉ(ସୁଦାନ),ମାର୍ଚ୍ଚ୨୦(ଖବର ଓଡ଼ିଶା): ସାଉଥ ସୁଦାନର ବାଉ ବିମାନବନ୍ଦରରେ ସାଉଥ ସୁପ୍ରୀମ ଏୟାରଲାଇନର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଯାତ୍ରା କରୁଥିବା ସମସ୍ତ ୪୪ ଯାତ୍ରୀଙ୍କ ପ୍ରାଣହାନୀ ଘଟିଥିବା ସୂଚନା ମିଳିଛି।  ବିମାନବନ୍ଦରରେ ଅବତରଣ କରିବା ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି।
 
ସୂଚନା ଅନୁସାରେ ବିମାନ ଜୁବାରୁ ବାଉ ଯାତ୍ରା କରୁଥିଲା। ବାଉ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯାଇଛି। ମିଡ଼ିଆ ରିପୋର୍ଟ ଅନୁସାରେ ଏହି ବିମାନରେ ଯାତ୍ରା କରୁଥିବା ସମସ୍ତ ୪୪ ଜଣ ଯାତ୍ରୀଙ୍କ ପ୍ରାଣହାନୀ ଘଟିଛି।

Leave a Reply

Your email address will not be published. Required fields are marked *



Comments