ସଡକ ଦୁର୍ଘଟଣାରେ ସିମଲା ଶିକ୍ଷାମନ୍ତ୍ରୀଙ୍କ ଭାଇ ସମେତ ୩ ମୃତ, ୧୧ ଆହାତ
Khabar Odisha:Accident-In-Chhaila-Theog-Shimla-Education-Minister-Brother-Among-Three-Died-In-Accident
ନୂଆଦିଲ୍ଲୀ, ଅକ୍ଟୋବର ୧୧, (ଖବର ଓଡିଶା)

 ହିମାଚଳ ପ୍ରଦେଶରେ ସଡକ ଦୁର୍ଘଟଣାରେ ଶିକ୍ଷାମନ୍ତ୍ରୀ ସୁରେଶ ଭରଦ୍ୱାଜଙ୍କ ସାନଭାଇ ନିତ୍ୟାନନ୍ଦ ଭରଦ୍ୱାଜଙ୍କ ସହିତ ତିନି ବରଯାତ୍ରୀଙ୍କ ମୃତ୍ୟୁ ହୋଇଛି ଓ ୧୧ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାଟି ସିମଲାର ଠିୟୋଗୋ ଅଂଚଳରେ ହୋଇଛି । ସମସ୍ତେ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ । ଠିୟୋଗ କିଛି ଦୁରରେ ଛେଲା ପୋଲ ନିକଟରେ ହଠାତ ଗାଡିଟି  ନିୟନ୍ତ୍ରଣ ହରାଇ ନଦୀକୁ ଖସି ପଡିଥିଲା । ୯ ଜଣ ଗୁରୁତର ଆହତଙ୍କୁ ଆଇଜିଏମସି ଅଣା ଯାଇଛି । 

ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଦେଇଛି । ସବୁ ମୃତକ କସୁମପଟ୍ଟୀ ଅଂଚଳର ବାସିନ୍ଦା ଅଟନ୍ତି । ପୋଲିସର କହିବା ମୁତାବିକ ବରଯାତ୍ରୀମାନେ ଗୋଟିଏ ଟେମ୍ପୋ ଟ୍ରାଭେଲରରେ ବିବାହ ସମାରୋହରେ କୁସୁମପଟ୍ଟୀରୁ ରୋହଡୁ ଆଡକୁ ଯାଉଥିଲା । ସମୟ ପ୍ରାୟ ସାଢେ ୭ଟା ବେଳେ ଠିୟୋଗରୁ ୧୬ କିଲୋମିଟର ଦୂର ଛେଲା ବଜାର ନିକଟରେ ବରଯାତ୍ରୀ ଭର୍ତି ଗାଡି ନିୟନ୍ତ୍ରଣ ହରାଇ ପୋଲରୁ ତଳକୁ ଖସି ପଡିଥିଲା । 

ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଦୁର୍ଘଟଣାସ୍ଥଳକୁ ଯାଇ ଆହତ ଲୋକମାନଙ୍କୁ ଉଦ୍ଧାର କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ କରିଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହାତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ଏହି ଦୁର୍ଘଟଣାରେ ସିମଲାର ଶିକ୍ଷାମନ୍ତ୍ରୀ ଭାଇ ନିତ୍ୟାନନ୍ଦ ଭରଦ୍ୱାଜର ମୃତ୍ୟୁ ହୋଇଛି  । 

Subscribe

National International State Sports Entertainment