ମାରଣାସ୍ତ୍ର ଦେଖାଇ ୬୦ ଲକ୍ଷ ଲୁଟିନେଲେ ଦୁର୍ବୃତ
Khabar Odisha:60-lakh-loot-in-khurdha-begunia
ଖୋର୍ଦ୍ଧା, ନଭେମ୍ବର ୦୮(ଖବର ଓଡିଶା):

ଖୋର୍ଦ୍ଧା ଜିଲ୍ଲାରେ ବଡ ଧରଣର ଡକାୟତି । ଲୁଟିନେଲେ ୬୦ ଲକ୍ଷ ଟଙ୍କା । ଏପରି ଏକ ଘଟଣା ସାମ୍ନାକୁ ଆସିଛି ଜିଲ୍ଲାର ବେଗୁନିଆ ବ୍ଲକ ଅନ୍ତର୍ଗତ ଗେଡିଆପଲ୍ଲୀ ଗ୍ରାମରେ । ଜଣେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା କର୍ମଚାରୀଙ୍କଠାରୁ ଏହି ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । 

ସୂଚନା ମୁତାବକ, ଏକ ଘରୋଇ ସଂସ୍ଥାର ଜଣେ କର୍ମଚାରୀ କାରରେ ୬୦ ଲକ୍ଷ ଟଙ୍କା ନେଇ ଯାଉଥିଲେ । ସେହି ସମୟରେ ଗେଡିଆପଲ୍ଲୀ ନିକଟରେ ୪ଜଣ ଦୁର୍ବୃତ ଦୁଇଟି ବାଇକରେ ଆସି କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଏହି ଟଙ୍କା ଛଡାଇ ନେଇଥିଲେ । ଏନେଇ କର୍ମଚାରୀଜଣଙ୍କ ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି  ।

ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

  • Tags:

Subscribe

National International State Sports Entertainment