ମାଲକାନଗିରି ସୀମାରେ ଲାଲବାହିନୀର ଲଙ୍କାକାଣ୍ଡ ;ଜାଳିଲେ ୫ ଟ୍ରକ
Khabar Odisha:5-truck-burned-in-dantewada-chattishgarh-by-maoiest
ମାଲକାନଗିରି , ଅଗଷ୍ଟ ୧୦(ଖବର ଓଡିଶା):

 ମାଲକାନିଗିରି ସୀମାନ୍ତ ଛତିଶଗଡରେ ଦୁଇଦିନ ଧରି ବେଶ ସକ୍ରିୟ ହୋଇ ଉଠିଛନ୍ତି ଲାଲବାହିନୀ । ଗତକାଲିଠାରୁ ପୋଡଜଳା କରି ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳାଇଥିବା ଲାଲବାହିନୀ ଆଜି  ପୁଣି ସେହି ଅଂଚଳରେ କେତେକ ଟ୍ରକ ପୋଡି ପକାଇଛନ୍ତି ।

ଛତିଶଗଡ ଦାନ୍ତେୱାଡା ଜିଲ୍ଲାର ବାଚେଲି ଠାରେ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୧୦ରୁ ୧୫ ସଶସ୍ତ୍ରମାଓବାଦୀ ଆସି ୫ ଟି ଟ୍ରକରେ ନିଆଁ ଲଗାଇ ଦେଇଛନ୍ତି । ଟ୍ରକଗୁଡିକ ନିଆଁରେ ସଂପୂର୍ଣ୍ଣ ଭାବରେ ଭସ୍ମୀଭୂତ ହୋଇ ଯାଇଥିବା ବେଳେ ସ୍ଥାନୀୟ ଅଂଚଳରେ ଆତଙ୍କର ଛାୟା ଖେଳିଯାଇଛି । ତେବେ ସେହି ସ୍ଥାନରେ ମାଓବାଦୀମାନେ ପୋଷ୍ଟର ଲଗାଇଥିବା ଦେଖାଯାଇଛି । ପୋଷ୍ଟରରେ କିଛି ଦିନ ପୂର୍ବେ ହୋଇଥିବା ସୁକମା ଏନକାଉଂଟରକୁ ବିରୋଧ କରାଯାଇଥିବା ଉଲ୍ଲେଖ ହୋଇଛି ।

ଏଠାରେ ସୂଚନାଯୋଗ୍ୟ ଯେ ଗତ ୬ ତାରିଖରେ ଛତିଶଗଡର ସୁକମା ନିକଟରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ହୋଇଥିବା ‘ଅପରେସନ ମନସୁନ’ରେ ୧୫ ମାଓବାଦୀ ମୃତ୍ୟୁବରଣ କରିଥିଲେ । ତେବେ  ଗୁଳିବାଜି ୨ ଜଣ ଆହତ ହୋଇଥିବା ବେଳେ ୧୬ ଟି ରାଇଫଲ ଓ ବହୁ ମାଓ ସାମଗ୍ରୀ ଜବତ କରାଯାଇଥିଲା । 

  • Tags:

Subscribe

National International State Sports Entertainment