ବୌଦ୍ଧରେ ଦୁଇଟି ଦୁର୍ଘଟଣା, ଶିକ୍ଷକ-ଶିକ୍ଷୟତ୍ରୀଙ୍କ ସହ କାଉଡ଼ିଆ ମୃତ
Khabar Odisha:2-teachers-died-in-road-mishap-in-boudh
ବୌଦ୍ଧ, ଅଗଷ୍ଟ ୧୧(ଖବର ଓଡ଼ିଶା):

ବୌଦ୍ଧ ଜିଲ୍ଲାର ଦୁଇଟି ସ୍ଥାନରେ ଆଜି ଭିନ୍ନ ଭିନ୍ନ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ କାଉଡ଼ିଆ ଆହତ ହୋଇଛନ୍ତି । ଗୁରୁତର ୪ ଜଣ କାଉଡ଼ିଆଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । 

ବୀରନରସିଂହପୁର ପୋଲ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କର ମୃତ୍ୟୁ ହୋଇଛି । ଶିକ୍ଷକ ଅଜିମ ଖାନ ଓ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ପ୍ରଧାନ । ଉଭୟଙ୍କ ଘର ହରଭଙ୍ଗା ରାମ୍ଭିକଟା ଗାଁରେ ହୋଇଥିବା ବେଳେ ଦୁଇ ଜଣ ବୌଦ୍ଧ ସରକାରୀ ବାଳିକା ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ ବୋଲି ଜଣାପଡ଼ିଛି । ଆଜି ସକାଳୁଆ ସ୍କୁଲ ହୋଇଥିବାରୁ ଦୁଇ ଜଣ ବାଇକରେ ଆସୁଥିଲେ । ଏହି ସମୟରେ ବୀରନରସିଂହପୁର ପୋଲ ନିକଟରେ ବାଇକଟିକୁ ଏକ କାର ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଥିଲା । ଦୁହିଁଙ୍କ ମୃତ୍ୟୁକୁ ନେଇ ବିଦ୍ୟାଳୟରେ ଶୋକର ବାତାବରଣ ସୃଷ୍ଟି ହୋଇଛି । ତେବେ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । 

ସେହିପରି ପୁରୁଣାକଟକ ୫୭ ନମ୍ବର ଜାତୀୟ ରାଜପଥ ରାଣିଗଞ୍ଜ ଗାଁ ନିକଟରେ ଏକ କାଉଡ଼ିଆ ଗାଡ଼ି ଗଛରେ ପିଟି ହୋଇଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ୪ଜଣ ଗୁରୁତରଥିବାବେଳେ ୭ ଜଣ ସାମାନ୍ୟ ଆହତ । ଆହତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତ କରାଯାଇଥିବାବେଳେ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।ଏହି କାଉଡ଼ିଆମାନେ ନୟାଗଡ଼ ଗଣିଆରୁ ହରିଶଙ୍କର ଯାଉଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି ।

  • Tags:

Subscribe

National International State Sports Entertainment