ମାଲକାନଗିରିରେ ପୋଲିସକୁ ବଡ ସଫଳତା, ୨ ମାଓବାଦୀ ମୃତ ୩ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
Khabar Odisha:2-naxal-died-by-police-operation
ମାଲକାନଗିରି, ଅକ୍ଟୋବର ୧୨(ଖବର ଓଡିଶା):

ପୋଲିସକୁ ମାଓ ବିରୋଧୀ ଅପରେସନରେ ବଡ ସଫଳତା । ମାଓବାଦୀଙ୍କ  ମୁକାବିଲା ପାଇଁ  ଓଡିଶା ଓ ଆନ୍ଧ୍ର ପୋଲିସ ମିଳିତ ଭାବେ କରିଥିବା ଅପରେସନରେ ଗ୍ରେ ହାଉଣ୍ଡ ଓ ଏସଓଜି ଯବାନଙ୍କ କମ୍ବିଂ ଅପରେସନରେ ଜଣେ ମହିଳା କ୍ୟାଡରର ମୃତ୍ୟୁ ହୋଇଛି । ଏହା ସହ ତିନିଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏ ନେଇ ଅପରେସନ ଏଡିଜି ଆର. ପି. କୋଚେ ସୂଚନା ଦେଇଛନ୍ତି ।  ମୃତ ମହିଳା ମାଓବାଦୀଙ୍କ ନାଁରେ ୱାରେଂଟ  ରହିଥିବା ସୂଚନା ମିଳିଛି । 

ସୂଚନାନୁସାରେ, ସ୍ୱାଭିମାନ ଅଂଚଳରେ ମାଓ କ୍ୟାମ୍ପ ଥିବା ଖବର ପାଇ ଗତକାଲି ଗ୍ରେହାଉଣ୍ଡ ଓ ଏସଓଜି କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଆଜି ଗୁଳିମାଡରେ ଜଣେ ମହିଳା ମାଓବାଦୀଙ୍କର ମୃତ୍ୟୁ ହୋଇଥିବାବେଳେ ଗୋଟିଏ ବନ୍ଧୁକ ଓ ବହୁ ମାଓ ସାମଗ୍ରୀ ଜବତ ହୋଇଛି । କିଛିଦିନ ପୂର୍ବେ ଏହି ଅଂଚଳରେ ପୋଲିସ ବିରୋଧରେ ମାଓବାଦୀମାନେ ମାଓମେଳି କରିଥିଲେ । ଗୁରୁପ୍ରିୟା ସେତୁକୁ ବିରୋଧ କରିବା ସହ ପୋଲିସକୁ ବିରୋଧ କରି ଏହି ମାଓମେଳି ହୋଇଥିଲା ।

ସେହିପରି ମାଲକାନଗିରି ସୀମାନ୍ତ ଆଣ୍ଡ୍ରାପାଲିରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯବାନଙ୍କ ଗୁଳିମାଡରେ ଜଣେ ମାଓବାଦୀ ନିହତ ହୋଇଥିବା ଖବର ମିଳିଛି । ମୃତ କ୍ୟାଡରର ପରିଚୟ ମିଳିନାହିଁ । 

ଆଜି ସକାଳେ ଯବାନମାନେ ଆଣ୍ଡ୍ରାପାଲିରେ ଥିବା ମାଓ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଏଥିରେ ଜଣେ ମାଓବାଦୀ ମୃତ୍ୟୁବରଣ କରିଥିବା ନେଇ ମାଲକାନଗିରି ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି । 

  • Tags:

Subscribe

National International State Sports Entertainment