ରାତିରେ ପଢ଼ୁଥିବାବେଳେ ୨ ସାଙ୍ଗଙ୍କ ଅସ୍ୱାଭାବିକ ମୃତ୍ୟୁ
Khabar Odisha:2-girl-students-dead-at-soro
ବାଲେଶ୍ୱର, ଅଗଷ୍ଟ ୧୧(ଖବର ଓଡ଼ିଶା):

ବାଲେଶ୍ୱରସୋର ଥାନା ଅନ୍ତର୍ଗତ ବିରିପଡ଼ାରେ ଦୁଇ ଜଣ ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି । ଦୁଇ ଜଣ ଛାତ୍ରୀ ଘରେ ପଢ଼ୁଥିବା ବେଳେ ଆଜି ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀମାନେ ହେଲେ ତେଣ୍ଟେଇ ଗାଁର ବୃନ୍ଦାବନ ଦାସଙ୍କ ଝିଅ ଲକ୍ଷ୍ମୀପ୍ରିୟା ଦାସ ଓ ଅନ୍ୟ ଜଣକ ବିରିପଡାର ବିରେନ୍ଦ୍ର ଦାସଙ୍କ ଝିଅ ପ୍ରିୟଙ୍କା ଦାସ ଏବଂ ସେମାନେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିଲେ  । 

ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଟ୍ୟୁସନ୍‌ ସରିବା ପରେ ଗତକାଲି ରାତିରେ ଲକ୍ଷ୍ମୀପ୍ରିୟା ବିରିପଡାର ବିରେନ୍ଦ୍ର ଦାସଙ୍କ ଝିଅ ପ୍ରିୟଙ୍କାଙ୍କ ଘରକୁ ପଢିବାକୁ ଆସିଥିଲେ । କାଲି ରାତିରେ ଦୁଇ ଜଣ ଏକା ସାଙ୍ଗେ ବସି ପାଠ ପଢ଼ୁଥିଲେ । ମାତ୍ର ଆଜି ସକାଳୁ ସେମାନଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମୃତ୍ୟୁର କାରଣ ଜଣାପଡ଼ି ନ ଥିବାବେଳେ ଉଭୟେ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସୋର ପୋଲିସ ଘଟଣାସ୍ଥଳରେ ମୃତ ଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି । ଏହା ସାଇଣ୍ଟିଫିକ୍‌ ଟିମ୍‌ ଓ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି । 

  • Tags:

Subscribe

National International State Sports Entertainment