ତିତଲି ଯୋଗୁଁ ରେଳ ଚଳାଚଳ ପ୍ରବାହିତ, ୧୬ ଟ୍ରେନ୍ ବାତିଲ୍
Khabar Odisha:16-Train-Cancel-for-Titli-Effect
ଭୁବନେଶ୍ୱର,୧୨ ଅକ୍ଟୋବର(ଖବର ଓଡ଼ିଶା):

 ତିତଲି ପରିବର୍ତୀ ପ୍ରବଳ ବର୍ଷାରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ଟ୍ରେନ୍ ଲାଇନ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଅଧିକାଂଶ ସ୍ଥାନରେ ଟ୍ରାକ୍ ଉପରେ ଗଛ ଉପୁଡିପଡିଛି । ଏହାକୁ ଦୃଷ୍ଟିରେ ରଖି ରେଳବାଇ କର୍ତୃପକ୍ଷ ୧୬ଟି ଟ୍ରେନକୁ ବାତିଲ କରିଛନ୍ତି । ଏହାସହ କେତେକ ଟ୍ରେନର ଚଳାଚଳ ସମୟ ପରିବର୍ତନ କରାଯାଇଛି ।  

ବାତିଲ ହୋଇଥିବା ଟ୍ରେନ୍ ଗୁଡିକ ହେଲା ଚେନ୍ନାଇ- ଭୁବନେଶ୍ୱର ଏକ୍ସପ୍ରେସ୍ , ଗୌହାଟୀ- ବେଙ୍ଗାଲୁର ଟ୍ରେନ, ଉଭୟ ପଟୁ ବିଶାଖାପାଟଣା-ଗୁଣୁପର ଓ ଗୁଣୁପୁର- ବିଶାଖାପାଟଣା ପାସେଞ୍ଜର ଟ୍ରେନ, ଗୁଣୁପୁର-ପଲାସା-ଗୁଣୁପୁର ପାସେଞ୍ଜର ଟ୍ରେନ, ଗୁଣୁପୁର-ପୁରୀ ପାସେଞ୍ଜର ଟ୍ରେନ, ୧୩ ତାରିଖରେ ଛାଡ଼ିବାକୁ ଥିବା ଝାରସୁଗୁଡ଼ା- ରାଉରକେଲା -ଝାରସୁଗୁଡ଼ା ପାସେଞ୍ଜର, ରାଉରକେଲା-ସମ୍ବଲପୁର- ରାଉରକେଲା ପାସେଞ୍ଜର, ୧୨ ଓ ୧୩ ତାରିଖରେ ଝାରସୁଗୁଡ଼ା- ହତିଆ -ଝାରସୁଗୁଡ଼ା ପାସେଞ୍ଜର ଟ୍ରେନ, ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ, ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଂଟରସିଟି ଏକ୍ସପ୍ରେସ, ଜଗଦଲପୁର/ଜୁନାଗଡ଼ ରୋଡ- ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ,, ବିଶାଖାପାଟଣା-ଚେନ୍ନାଇ ଏକ୍ସପ୍ରେସ, ପଲାସା-କଟକ ପାସେଞ୍ଜର ଟ୍ରେନ ଓ ଦୀଘା-ବିଶାଖାପାଟଣା ଏକ୍ସପ୍ରେସ ।

ସେହିପରି ବେଙ୍ଗାଲୁର- ଅଗରତଲା ଏକ୍ସପ୍ରେସ, ଭୁବନେଶ୍ୱର- ବେଙ୍ଗାଲୁର ପ୍ରଶାନ୍ତି ଏକ୍ସପ୍ରେସ, ଭୁବନେଶ୍ୱର- ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ, ପୁରୀ- ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ,, ପୁରୀ- ପାରାଦୀପ-ବଡ଼ବିଲ ଏକ୍ସପ୍ରେସ, ଭୁବନେଶ୍ୱର- ରାମେଶ୍ୱରମ ଏକ୍ସପ୍ରେସ, ହାଓଡ଼ା- ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସର ସମୟ ପରିବର୍ତନ କରାଯାଇଥିବା ରେଳବାଇ କର୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି । 

Subscribe

National International State Sports Entertainment