ଯାତ୍ରୀବାହୀ ବସ୍ ଧକ୍କାରେ ବାଇକ ଆରୋହୀ ମୃତ, ଉତ୍ତ୍ୟକ୍ତ ଲୋକେ ଜାଳିଦେଲେ ବସ୍
Khabar Odisha: 1-biker-killed-in-road-accident-people-burned-the-bus

କୁଚିଣ୍ଡା,ଏପ୍ରିଲ୨୧(ଖବର ଓଡ଼ିଶା): ସମ୍ଵଲପୁରର କୁଚିଣ୍ଡାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଏକ ବାଇକ ଆରୋହୀଙ୍କ ମୃତ୍ୟୁ ନେଇ ଉତ୍ତେଜିତ ଲୋକେ ବସ ଜାଳି ଦେଇଛନ୍ତି। ଏହି ଦୁର୍ଘଟଣା କୋଲାବିରା ଥାନା ଯୋଗିଆଡିହି ନିକଟରେ ଘଟିଛି। ଏହାର ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି।

ସୂଚନା ଅନୁସାରେ କୋଲାବିରାର ଯୋଗିଆଡିହିରେ ଯାତ୍ରୀବାହୀ ବସ୍ ଧକ୍କାରେ ଘଟଣାସ୍ଥଳରେ ଏକ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ନେଇ ଉତ୍ତେଜିତ ସ୍ଥାନୀୟ ଲୋକେ ବସକୁ ଜାଳିଦେଇଛନ୍ତି। ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଛି। 

Leave a Reply

Your email address will not be published. Required fields are marked *



Subscribe



National International State Sports Entertainment

Comments