ଚୀନକୁ କାଉଣ୍ଟର, ଭାରତ-ପ୍ରଶାନ୍ତ କ୍ଷେତ୍ରରେ ୩୦ କୋଟି ଡଲାର ନିବେଶ କରିବ ଆମେରିକା
Khabar Odisha:us-pledges-300mn-for-security-cooperation-in-indo-pacific
ସିଙ୍ଗାପୁର, ଅଗଷ୍ଟ୦୫(ଖବର ଓଡ଼ିଶା):

ଆମେରିକା ଏସିଆ-ପ୍ରଶାନ୍ତ କ୍ଷେତ୍ରରେ ସୁରକ୍ଷା ଓ ସହଯୋଗ ବୃଦ୍ଧି ପାଇଁ ୩୦ କୋଟି ଡଲାର ନିବେଶ କରିବ। ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପାମ୍ପିଓ ସିଙ୍ଗାପୁରରେ ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ର ସଂଗଠନ(ଆସିୟାନ) ଶିଖର ସମ୍ମିଳନୀ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଘୋଷଣା କରିଛନ୍ତି। ଆମେରିକା ଏହି ଇଲାକାରେ ଚୀନର  ଆଧିପତ୍ୟ ଉପରେ ଅଙ୍କୁଶ ଲଗାଇବା ପାଇଁ ଏହି ପଦକ୍ଷେପ ଉଠାଇଛି। ପାମ୍ପିଓ ଚୀନକୁ ନେଇ କଠୋର ଆଭିମୁଖ୍ୟ ଦେଖାଇଛନ୍ତି। ଅନ୍ୟ ପଟେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଟ୍ରେଡ ଓ୍ଵାର ଥିମିବା ନଜର ଆସୁନାହିଁ। 

ଆମେରିକା ବୈଦେଶିକ ବିଭାଗ ମୁତାବକ ଏଥିରେ ୨୯ କୋଟି ଡଲାରରୁ ଅଧିକ ଅର୍ଥ ମିଲିଟାରୀରେ ଖର୍ଚ୍ଚ କରାଯିବ। ସମୁଦ୍ର ସୁରକ୍ଷାକୁ ମଜଭୁତ କରିବା ପାଇଁ, ସମୁଦ୍ରରେ ମିତ୍ର ରାଷ୍ଟ୍ରକୁ ସହଯୋଗ କରିବା ଆଦି ଉପରେ ଉକ୍ତ ଅର୍ଥକୁ ମଧ୍ୟ ଖର୍ଚ୍ଚ କରାଯିବ। ଏହା ବ୍ୟତୀତ ୮୫ ଲକ୍ଷ ଡଲାର ଅର୍ଥ ଇଣ୍ଟରନ୍ୟାସନାଲ ନାର୍କୋଟେକ୍ସ ପରି ଟ୍ରାନ୍ସନ୍ୟାସନାଲ କ୍ରାଇମର ମୁକାବିଲା ପାଇଁ ଦିଆଯିବ। 

ଓ୍ଵାଶିଂଟନ ଡିସିରେ ଇଣ୍ଡୋ-ପେସିଫିକ ବିଜନେସ ଫୋରମରେ ବରିଷ୍ଠ ଅଧିକାରୀଙ୍କ ସହିତ ପାମ୍ପିଓଙ୍କ ବୈଠକ  ପରେ ଏହି ନିଷ୍ପତ୍ତି ନିଆଯାଇଛି। ପାମ୍ପିଓ କହିଛନ୍ତି ଯେ ଏହି ନିବେଶ ସମୁଦ୍ର ସୁରକ୍ଷାକୁ ମଜଭୁତ, ମାନବୀୟ ସହାୟତା, ଶାନ୍ତି ବଜାୟ ରଖିବା ଉପରେ ଖର୍ଚ୍ଚ କରାଯିବ। 

ଆମେରିକାର ଶୀର୍ଷ ଅଧିକାରୀ କହିଛନ୍ତି ଯେ ପାମ୍ପିଓ ଦକ୍ଷିଣ ଚୀନ ସାଗରରେ ସୈନ୍ୟଉପକରଣ ଓ ଆସିୟାନ ଦେଶ ସହିତ ମିଶି ଏହି କ୍ଷେତ୍ରରେ ନ୍ୟାୟ ଆଧାରିତ ବ୍ୟବସ୍ଥା ବଜାୟ ରଖିବା ନେଇ ଚର୍ଚ୍ଚା କରିଥିଲେ। ପାମ୍ପିଓ ବୈଠକରେ ଭାରତ-ପ୍ରଶାନ୍ତ ରଣନୀତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିବଦ୍ଧତା ମଧ୍ୟ ଉଲ୍ଲେଖ କରିଛନ୍ତି। 

  • Tags:

Subscribe

National International State Sports Entertainment