ଟ୍ରେଡ ଓ୍ଵାରରେ ଚୀନଠୁ ଝଟକା ମିଳିଲେ ଆମେରିକାକୁ ଆଶ୍ଵସ୍ତ କରି ପାରିବ ଭାରତ
Khabar Odisha:us-oil-sellers-may-look-to-india-as-china-tariff-war-escalates
ନୂଆଦିଲ୍ଲୀ,ଜୁଲାଇ୦୭(ଖବର ଓଡ଼ିଶା):

ଚୀନ ସହିତ ବଢୁଥିବା ଟ୍ରେଡ୍ ଓ୍ଵାର ମଧ୍ୟରେ ଆମେରିକା ତୈଳ ଉତ୍ପାଦକଙ୍କୁ ଭାରତ ରୂପେ ନୂତନ ସାଥୀ ମିଳିପାରେ। ଚଳିତ ବର୍ଷ ମେରେ ଚୀନର ବିଶୋଧନାଗାର ଆମେରିକାଠୁ ସବୁଠୁ ଅଧିକ ଅଶୋଧିତ ତୈଳ କ୍ରୟ କରିଛି। ଏହି କ୍ରମରେ ଆମେରିକା  ନିଜର ଘରୋଇ ଉତ୍ପାଦନ ଓ ରପ୍ତାନୀକୁ ମଜଭୁତ କରି ପାରିଛି। ଚୀନ ନିୟମିତ ରୂପେ ଆମରିକାଠୁ  ତୈଳ ଆମଦାନୀ କରି ଆସିଛି। ମାତ୍ର ପେଇଚିଙ୍ଗ ଓ ଟ୍ରମ୍ପ ପ୍ରଶାସନ ମଧ୍ୟରେ ବଢୁଥିବା ଟ୍ରେଡ ଓ୍ଵାରରେ ଚୀନ ଆମେରିକାଠୁ ତୈଳ ଆମଦାନୀ ହ୍ରାସ  କରିପାରେ କିମ୍ଵା ତୈଳ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିପାରେ।

ବ୍ଲୁମର୍ଗର ରିପୋର୍ଟରେ ମର୍ଣ୍ଣିଂଷ୍ଟାର ଇଙ୍କର କମୋଡିଟିଜ ଆଣ୍ଡ ଏନର୍ଜିର ରିସର୍ଚ୍ଚ ଡାଇରେକ୍ଟର ସ୍ୟାଣ୍ଡିଙ୍କ କହିବା କଥା ଯଦି ଚୀନ ଓ ଆମେରିକା ମଧ୍ୟରେ ଟ୍ରେଡ ଓ୍ଵାର ଜାରି ରହେ ତେବେ ଚୀନ ବିଶୋଧନାଗାର ଆମେରିକାଠୁ ଅଶୋଧିତ ତୈଳ କ୍ରୟ କରିବ ନାହିଁ। ଏମିତି ହେଲେ ଆମେରିକା ତୈଳ ଉତ୍ପାଦକଙ୍କୁ ବହୁତ ମହଙ୍ଗା ପଡ଼ିବ। ସେ କହିଛନ୍ତି ଯେ ଏପରି ହେଲେ ଆମେରିକା ବିକ୍ରେତାଙ୍କୁ ନିଶ୍ଚିତ ରୂପେ ଅନ୍ୟ ସାଥୀ ଖୋଜିବାକୁ ପଡ଼ିବ। ଏଥି ମଧ୍ୟରୁ ଏକ ବିକଳ୍ପ ଭାରତ ମଧ୍ୟ ରହିବ।

ଭାରତ ପୂର୍ବରୁ ବିପୁଳ ପରିମାଣରେ ଆମେରିକାଠୁ ଅଶୋଧିତ ତୈଳ କ୍ରୟ କରି ଆସିଛି। ମେରେ ଭାରତୀୟ ତୈଳ ବିଶୋଧନାଗାର ଆମେରିକାଠୁ ୪.୭ ମିଲିୟନ ବ୍ୟାରେଲର ଅଶୋଧିତ ତୈଳ ଆମଦାନୀ କରିଛି। ଯାହା ଏପ୍ରିଲ ତୂଳନାରେ ୯ ଗୁଣ ଅଧିକ ରହିଛି। ସ୍ୟାଣ୍ଡି କହିଛନ୍ତି ଯେ ଯଦି ପେଇଚିଙ୍ଗ ଆମେରିକା ତୈଳ ଉପରେ ଆମଦାନୀ ଶୁଳ୍କ ଲଗାଏ ତେବେ ଆମେରିକାର ତୈଳ ଉତ୍ପାଦକ ଉପରେ ଏହାର ଖରାପ ପ୍ରଭାବ ପଡ଼ିବ। 

ପରିଣାମସ୍ଵରୂପ ଅଶୋଧିତ ତୈଳ ଦରର ମୂଲ୍ୟ ବୃଦ୍ଧି ଘଟିବ ଏବଂ ଏଥିରେ ବିଶ୍ଵ ବଜାର ପ୍ରଭାବିତ ହେବ। ଏମିତି ସ୍ଥିତି ଉପୁଜିଲେ ଅଧିକ ଅଶୋଧିତ ତୈଳ ଆମଦାନୀ କରିବାକୁ ଆମେରିକା ଭାରତକୁ ପ୍ରେରିତ କରିବ। ମାତ୍ର ମାମଲା ଏତେ ସହଜ ନୁହେଁ। 

  • Tags:

Subscribe

National International State Sports Entertainment