ଇରାନକୁ ନେଇ ଭାରତ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇଲା ଆମେରିକା
Khabar Odisha:us-announced-exception-from-sanctions-because-of-chabhar-port
ନୂଆଦିଲ୍ଲୀ, ନଭେମ୍ବର ୦୭ (ଖବର ଓଡିଶା) :

ଭାରତ ସମେତ ଆଠଟି ରାଷ୍ଟ୍ର ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବା ପାଇଁ ଆମେରିକା ଘୋଷଣା କରିଛି । ଏହି ଛାଡରେ ଚାବହାର ପୋର୍ଟକୁ ଆଫଗାନିସ୍ତାନ ସହ ଯୋଡୁଥିବା ରେଲୱେ ଲାଇନ ସାମିଲ ଅଛି । ଇରାନ ସହ ବ୍ୟାପାର କରିବାକୁ ନେଇ ଏହି ପ୍ରବନ୍ଧକ ଲାଗିଥିଲା । ଆମେରିକା ସରକାର ଇରାନର ବ୍ୟାଙ୍କିଙ୍ଗ୍ ଏବଂ ପେଟ୍ରୋଲିୟମ୍ କ୍ଷେତ୍ରରେ ଲାଗାଇଥିବା ପ୍ରତିବନ୍ଧକ ନଭେମ୍ବରରୁ ଆରମ୍ଭ ହୋଇଥିଲା । 

ସୂଚନାନୁଯାୟୀ, ଆମେରିକା ଏହି ନିଷ୍ପତିକୁ ନେଇ କହିଥିଲା ଯେ, ତୈଳର ଦାମ୍ କମ୍ କରିବା ଏବଂ ବଜାରକୁ ରକ୍ଷା କରିବା ପାଇଁ ଏପରି ନିଷ୍ପତି ନିଆଯାଇଛି । କିନ୍ତୁ ଏବେ ଚାବହାର ପୋର୍ଟ ଏହାର କାରଣ ବୋଲି କୁହା ଯାଉଛି । କାରଣ ଏହା ଦ୍ୱାରା ଆଫଗାନିସ୍ତାନର ଆର୍ଥିକ ସ୍ଥିତିକୁ ମଜବୁତ କରିବା ଏବଂ ସେଠାରେ ସାଧାରଣ ଜନତାଙ୍କ ଆତଙ୍କବାଦ ଏବଂ ହିଂସାରୁ ରକ୍ଷା କରିବା ପାଇଁ ଏହା ଏକ ମୁଖ୍ୟ ପରିଯୋଜନା । ଏହା ସହ ଚାବହାର ପୋର୍ଟ ଆମେରିକାର ଆଫଗାନି ନୀତି ଏବଂ ଏଶିୟାରେ ଲମ୍ବା ଅବଧିକୁ ଦୃଷ୍ଟିରେ ରଖି ଜରୁରୀ ବୋଲି କୁହାଯାଉଛି । 

ଆମେରିକାର ବୈଦେଶିକ ବିଭାଗର ଜଣେ ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଚାବହାର ପୋର୍ଟର ବିକାଶ ପାଇଁ ଏହି ନିଷ୍ପତି ନିଆଯାଇଛି । ଏହା ସହ ରେଲୱେ ନିର୍ମାଣ ହେବା ଦ୍ୱାରା ଆଫଗାନିସ୍ତାନ ସହ ପହଁଚାଯାଇ ପାରିବ । ତେବେ ଆମେରିକା ଅତି ସହଜରେ ପ୍ରତିବନ୍ଧକ ଲଗାଇଥିଲା ଏବଂ ଛାଡ କରିବା ସମୟରେ ଶକ୍ତ ବ୍ୟବହାର କରୁଥିବା କଥା କୁହାଯାଉଛି । ଜଣେ ବୈଦେଶିକ ମନ୍ତ୍ରୀଙ୍କ କହିବା ଅନୁଯାୟୀ, ୨୦୧୨ରେ ଇରାନ ସ୍ୱତନ୍ତ୍ରତା ଏବଂ ପ୍ରସାର ରୋଧୀ ନିୟମ ଆଧାରରେ ଏସବୁ ପ୍ରତିବନ୍ଧକ ଲାଗିଥିଲା । 

ତେବେ ପାକିସ୍ତାନର ବିନା ସହାୟତାରେ ଆଫଗାନିସ୍ତାନ ସହ ଯୋଡିବାକୁ ଏବଂ ସମୁଦ୍ର ସୁରକ୍ଷା ଦୃଷ୍ଟିରୁ ଚାବହାର ବନ୍ଦର ପରିଯୋଜନା ଭାରତ ପାଇଁ ଏକ ମହତ୍ୱପୂର୍ଣ୍ଣ ବିଷୟ । ଆମେରିକା ପ୍ରତିବନ୍ଧକ କାରଣରୁ ଭାରତକୁ ଏହି ପରିଯୋଜନାରେ ଇରାନ ଠାରୁ ଝଟକା ଲାଗିବା ଏବଂ ଇରାନ ସହ ଚୀନର ବନ୍ଧୁତା ବଢାଇବାର ସନ୍ଦେଶ ଥିଲା । ଭାରତ ଚାବହାର ବନ୍ଦରର ଲାଭ ଉଠାଇବା ପାଇଁ ଚୀନ ଚାହୁଁ ନାହିଁ । କାରଣ ଚୀନ ଇରାନର ସବୁଠୁ ବଡ ତୈଳ ଆମଦାନୀ କରୁଥିବା ରାଷ୍ଟ୍ର । ଏହାଦ୍ୱାରା ଇରାନ ଜରିଆରେ ଭାରତକୁ ଚାବହାର ପରିଯୋଜନାରେ ଝଟକା ଦେଉଥିବା ରାଷ୍ଟ୍ର । 

Subscribe

National International State Sports Entertainment