୨୫ ଶକ୍ତିଶାଳୀ ରାଷ୍ଟ୍ର, ଚୀନଠୁ ପଛରେ ଭାରତ, ପାକିସ୍ତାନ ମଧ୍ୟ ଅଛି ତାଲିକାରେ
Khabar Odisha:the-25-most-powerful-nations-on-earth-us-news-and-world-reports
ନୂଆଦିଲ୍ଲୀ,ଜୁଲାଇ୦୯(ଖବର ଓଡ଼ିଶା):

ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୟୁଏସ ନ୍ୟୁଜ ଏଣ୍ଡ ୱାର୍ଲ୍ଡ ରିପୋର୍ଟ ଦୁନିଆର ୨୫ ସବୁଠୁ ଶକ୍ତିଶାଳୀ ଦେଶର ତାଲିକା ପ୍ରସ୍ତୁତ କରିଛି। ଏହି ତାଲିକାରେ ପ୍ରଥମ ନମ୍ବରରେ ଆମେରିକା ଥିବାବେଳେ ଋଷ ଦ୍ୱିତୀୟ ସ୍ଥାନରେ ଓ ଚୀନ ତୃତୀୟ ସ୍ଥାନରେ ଅଛି। ଏମିତିକି ପାକିସ୍ତାନ ମଧ୍ୟ ତାଲିକାରେ ରହିଛି।

ଏହି ମାନ୍ୟତା ଦେଶର ଅର୍ଥ ବ୍ୟବସ୍ଥା, ଅନ୍ୟ ଦେଶ ଉପରେ ଏହାର ପ୍ରଭାବ, ମିଲଟାରି ଏବଂ ନେତୃତ୍ଵ ଆଧାରରେ କରାଯାଇଛି। ୮୦ଟି ଦେଶକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏମାନଙ୍କ ମଧ୍ୟରୁ ୟୁଏସକୁ ସବୁଠାରୁ ପ୍ରଭାବଶାଳୀ ଅର୍ଥ ବ୍ୟବସ୍ଥା ଏବଂ ସୈନ୍ୟ ଶକ୍ତି ରାଷ୍ଟ୍ର ରୂପେ ଗଣନା କରାଯାଇଛି। ୟୁଏସ ନାଟୋ ଏବଂ ୟୁଏନ ଭଳି ସଂଗଠନ ଜରିଆରେ ଅନ୍ତରାଷ୍ଟ୍ରୀୟ ଭୂମିକା ନିଭାଇବାରେ ମଧ୍ୟ ଆଗରେ ରହିଛି।

ଦ୍ୱିତୀୟ ସ୍ଥାନରେ ଥିବା ଋଷ ଦୁନିଆର ସବୁଠାରୁ ବଡ ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ । ରିପୋର୍ଟ ମୁତାବିକ ଋଷ ନିଜର ସାମରିକ ଶକ୍ତିରେ ବିପୁଳ ପରିମାଣରେ ଖର୍ଚ୍ଚ କରିଥାଏ। ୨୦୧୬ରେ ଋଷ ନିଜ ଜିଡିପିର ୫.୪ ପ୍ରତିଶତ ରକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିଥିଲା ।

ଚୀନ ତୃତୀୟ ସ୍ଥାନରେ ଅଛି । ବିଶ୍ୱ ବ୍ୟାଙ୍କ ମୁତାବକ ଚୀନର ଅର୍ଥବ୍ୟବସ୍ଥା ଆଗକୁ ବଢୁଛି କିନ୍ତୁ କେତେକ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଏବେ ବି ଅଛନ୍ତି । ଚୀନର ବୈଶ୍ୱିକ ପ୍ରଭାବ ବଢିଛି କିନ୍ତୁ ମାନବ ଅଧୀକାର ସେନସରସିପ ଏବଂ ପ୍ରେସର ସ୍ୱାଧୀନତା ମାମଲାରେ ଚୀନକୁ ସମାଲୋଚନା କରାଯାଇଛି ।

ଏହି ସୂଚୀରେ ଭାରତ ୧୫ତମ ସ୍ଥାନରେ ଅଛି । ଭାରତ ଆଗରେ ତୁର୍କି(୧୪), ଇରାନ(୧୩)ରେ ଅଛନ୍ତି । ରିପୋର୍ଟରେ ଭାରତକୁ ସବୁଠୁ ବଡ ଲୋକତନ୍ତ୍ର ଏବଂ ବିକାଶମୁଖୀ ଅର୍ଥବ୍ୟବସ୍ଥା କୁହାଯାଇଛି । ଏହା ସହ ଭାରତରେ ୧ଅରବ ୩୦କୋଟି ଜନସଂଖ୍ୟା ଏବଂ ଗରିବି ବିଷୟରେ ମଧ୍ୟ କୁହାଯାଇଛି । ଭାରତ ଆଇଟି ସେକ୍ଟରରେ ମହତ୍ୱପୁର୍ଣ ସ୍ଥାନରେ ଅଛି ।

ପାକିସ୍ତାନକୁ ୨୫ତମ ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ସ୍ଥାନ ଦିଆଯାଇଛି । ଅସ୍ଥିରତା, ଭ୍ରଷ୍ଟାଚାର, ଏବଂ ଭାରତ ସହ ଚାଲିଥିବା ବିବାଦ କାରଣରୁ ପୂର୍ବ ବର୍ଷ ତୂଳନାରେ ୨ଟି ସ୍ଥାନ ତଳକୁ ଖସି ପାକିସ୍ତାନ ୨୨ତମ ସ୍ଥାନରେ ଅଛି । ପାକିସ୍ଥାନକୁ ଯୁବ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ବୋଲି କୁହାଯାଇଛି । ପାକିସ୍ତାନର ଅଧିକ ନାଗରିକ ୨୨ରୁ କମ ବୟସର ଅଛନ୍ତି । ପାକିସ୍ତାନ ଆଭ୍ୟନ୍ତରୀଣ ସଂଘର୍ଷ କାରଣରୁ ବିଦେଶୀ ନିବେଶ ଏବଂ ଗରିବି ହଟାଇବାରେ ଅସଫଳ ରହିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଇନଫ୍ରାଷ୍ଟ୍ରକଚର ମଧ୍ୟ ପ୍ରଭାବିତ ହୋଇଛି ।

ଜର୍ମାନୀ ଚଳିତ ବର୍ଷ ୟୁକେକୁ ପଛରେ ପକାଇ ଚତୁର୍ଥ ସ୍ଥାନ ଅକ୍ତିକାର କରିଛିଛି ଏବଂ ଦୁନିଆର ସବୁଠୁ ଅଧିକ ଜନସଂଖ୍ୟା ଏବଂ ବଡ ଅର୍ଥ ବ୍ୟବସ୍ଥା ବାଲା ରାଷ୍ଟ୍ର କୁହାଯାଇଛି । ୟୁଏଇରୁ ଅଲଗା ହେବା ପରେ ୟୁକେର ମାନ୍ୟତା ତଳକୁ ଖସିଛି । ୟୁକେ ୫ମ ସ୍ଥାନରେ ଅଛି । ଏହି ତାଲିକାରେ ଫ୍ରାନ୍ସ ଷଷ୍ଠ ସ୍ଥାନରେ ଅଛି । ଏହାକୁ ମୋଷ୍ଟ ଭିଜିଟେଡ ଦେଶ କୁହାଯାଇଛି। 

  • Tags:

Subscribe

National International State Sports Entertainment