ଶ୍ରୀଲଙ୍କାରେ ମୁକ୍ତ ହୋଇ ପାରନ୍ତି ତାମିଲ କଏଦୀ, ରାଜପକ୍ଷେଙ୍କ ନୂତନ ଚାଲ ?
Khabar Odisha:tamil-prisoners-may-be-released-in-sri-lanka
କଲମ୍ବୋ,ନଭେମ୍ବର୦୪(ଖବର ଓଡ଼ିଶା):

ଶ୍ରୀଲଙ୍କାର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ସାଂସଦ ପୁତ୍ର ନମଲ ରବିବାର ସଙ୍କେତ ଦେଇଛନ୍ତି ଯେ ଜେଲରେ ବନ୍ଦୀ ତାମିଲ ସମୁଦାୟର ଲୋକଙ୍କୁ ମୁକ୍ତ କରାଯାଇପାରେ। ତାମିଲ କଏଦୀଙ୍କୁ ମୁକ୍ତ କରିବା ନେଇ ଅଳ୍ପସଂଖ୍ୟକ ସମୁଦାୟର ଥିବା ପୁରୁଣା ଦାବିକୁ ଶୀଘ୍ର ପୂରଣ କରାଯିବ ବୋଲି ରାଜପକ୍ଷେଙ୍କ ପୁତ୍ର କହିଛନ୍ତି। ତାମିଲ ସାଂସଦଙ୍କ ସମର୍ଥନ ପାଇବା ପାଇଁ ରାଜପକ୍ଷେ ଏମିତି କରିବାକୁ ଯାଉଥିବା କୁହାଯାଉଛି।

ନମଲ ତାମିଲ ଭାଷାରେ ଟ୍ଵିଟ୍ କରିଛନ୍ତି ଯେ ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ଓ ପ୍ରଧାନମନ୍ତ୍ରୀ ରାଜପକ୍ଷେ ଶୀଘ୍ର ଏହା ଉପରେ ନିଷ୍ପତ୍ତି ନେବେ। ସୂଚନାଯୋଗ୍ୟ ଲିବେରେସନ ଟାଇଗର୍ସ ଆର୍ମି ଇଲମ(ଏଲଟିଟିଇ) ସହିତ ୨୦୦୯ରେ ସମାପ୍ତ ହୋଇଥିବା ଯୁଦ୍ଧ ପରଠୁ ଶ୍ରୀଲଙ୍କା ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯେ ଜେଲରେ ବନ୍ଦୀ  ଏଲଟିଟିଇର ସଦସ୍ୟ ରାଜନୈତିକ ରୂପେ ବନ୍ଦୀ ଅଛନ୍ତି। 

ତାମିଲ ସମୁଦାୟଙ୍କ ଅଭିଯୋଗ ଏହା ଯେ ଅନେକ ଲୋକ ଦୀର୍ଘ ସମୟରୁ ଆତଙ୍କବାଦ ନିରୋଧୀ କାନୁନ ଆଧାରରେ ଜେଲରେ ବନ୍ଦୀ ଅଛନ୍ତି ଏବଂ ସେମାନଙ୍କ ଉପରେ ଔପଚାରିକ ରୂପେ କୌଣସି ଅଭିଯୋଗ ହୋଇନାହିଁ। ତଥାପି ସେମାନଙ୍କୁ ଜେଲରେ ରଖାଯାଇଛି। କୁହାଯାଉଛି ଯେ ଶ୍ରୀଲଙ୍କାର ମୁଖ୍ୟ ତାମିଲ ପାର୍ଟି ତାମିଲ ନ୍ୟାସନାଲ ଅଲାୟନ୍ସକୁ ପ୍ରଲୋଭିତ କରିବା ପାଇଁ ନମଲ ଏମିତି କହିଥିବା କୁହାଯାଉଛି। ଯାହା ଫଳରେ ସଂସଦରେ ରାଜପକ୍ଷେ ବହୁମତ ହାସଲ କରି ପାରିବେ। 

ଉଲ୍ଲେଖଯୋଗ୍ୟ ମୋଟ୍ ୨୨୫ ସଦସ୍ୟ ବିଶିଷ୍ଟ ଶ୍ରୀଲଙ୍କାର ସଂସଦରେ ଏ ପର୍ୟ୍ୟ ନ୍ତ ରାଜପକ୍ଷେଙ୍କ ସମର୍ଥନରେ ୧୦୦ ସାଂସଦ ଅଛନ୍ତି। ଅନ୍ୟ ପଟେ ବରଖାସ୍ତ ହୋଇଥିବା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କ ପାଖରେ ୧୦୩ ସାଂସଦ ଅଛନ୍ତି। ବାକି ୨୨ ସାଂସଦଙ୍କ ମଧ୍ୟରୁ ଅନେକ ରାଜପକ୍ଷେଙ୍କ ବିରୋଧରେ ଅଛନ୍ତି। ଶ୍ରୀଲଙ୍କାର ମୁଖ୍ୟ ତାମିଲ ପାର୍ଟି ରାଜପକ୍ଷେଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଦେବାକୁ ଘୋଷଣା କରିଛି। 

Subscribe

National International State Sports Entertainment