କ୍ରମାଗତ ଚତୁର୍ଥ ଥର ବାଂଲାଦଶର ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଲେ ଶେଖ୍ ହସିନା
Khabar Odisha:sheikh-hasina-has-taken-oath-as-pm-for-fourth-consecutive-term
ନୂଆଦିଲ୍ଲୀ,ଜାନୁଆରୀ ୦୭(ଖବର ଓଡିଶା):

 ଆଓ୍ଵାମୀ ଲିଗ୍ ପାର୍ଟିର ନେତା ଶେଖ୍ ହସିନା ଆଜି ରେକର୍ଡ ଚତୁର୍ଥ ଥର  ବାଂଲାଦେଶର ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଛନ୍ତି। ତାଙ୍କ  ପାର୍ଟି ଡିସେମ୍ବର ୩୦ରେ ହୋଇଥିବା ନିର୍ବାଚନରେ ୯୦ ପ୍ରତିଶତରୁ ଅଧିକ ସିଟ୍ ଜିତି ଜବରଦସ୍ତ ବିଜୟ ହାସଲ କରିଥିଲା। ଏହି ନିର୍ବାଚନ ଜଣେ ବ୍ୟକ୍ତି ଏକାଧିକ ଥର ଭୋଟ୍ ଦେବା, ମତଦାତାଙ୍କୁ ଭୟଭୀତ କରାଇବା, ଧମକାଇବା ଏବଂ ହିଂସା ଘଟଣାକୁ ନେଇ ଚର୍ଚ୍ଚାରେ ରହିଥିଲା। ମାତ୍ର ହସିନା ଏବଂ କ୍ଷମତାଧାରୀ ତାଙ୍କ ପାର୍ଟି ଆଓ୍ଵାମୀ ଲିଗ୍ ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଛି। 

ଗୁରୁବାର ତାଙ୍କୁ ଚତୁର୍ଥ ଥର ଗୃହର ନେତା ଭାବେ ଚୟନ କରାଯାଇଥିଲା। ବାଂଲାଦେଶର ସଂସ୍ଥାପକ ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ଏକ ମାତ୍ର  ଝିଅ ହସିନାଙ୍କୁ ଅନେକ ଲୋକ ଦେଶର ଲୌହ  ମହିଳା ନାମରେ ସମ୍ବୋଧିତ କରିଥାନ୍ତି। ରବିବାର  ବାଂଲାଦେଶର ପ୍ରଧାନମନ୍ତ୍ରୀ ହସିନା ୪୭ ସଦସ୍ୟ ବିଶିଷ୍ଟ ମନ୍ତ୍ରିମଣ୍ଡଳର ଗଠନ କରିଥିଲେ, ଯେଉଁଥିରେ  ଅନେକ ନୂତନ ଚେହେରା ସାମିଲ। ପ୍ରତିରକ୍ଷା ମନ୍ତ୍ରଣାଳୟ ପରି ବଡ଼ ମନ୍ତ୍ରଣାଳୟକୁ ହସିନା ନିଜ ପାଖରେ ରଖିଛନ୍ତି। ଅନ୍ୟ ପଟେ ଅନେକ ଅନୁଭବୀ ନେତାଙ୍କୁ ଏଥର ମନ୍ତ୍ରିପରିଷଦରୁ ବାହାରେ ରଖାଯାଇଛି।

ଆଓ୍ଵାମୀ ଲିଗ୍ ନେତୃତ୍ଵାଧୀନ ମହାମେଣ୍ଟର ପ୍ରମୁଖ ସହଯୋଗୀ ଜାତୀୟ ପାର୍ଟି ସଂସଦରେ ବିରୋଧୀ ଭୂମିକାରେ ରହିବାକୁ ସ୍ଥିର କରିଛି। ଅପରପକ୍ଷେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ନେତୃତ୍ଵାଧୀନ ମୁଖ୍ୟ ବିରୋଧୀ ପାର୍ଟି ବିଏନପି ସାଧାରଣ ନିର୍ବାଚନର ଫଳାଫଳ ମାନିବାକୁ ମନା କରି ଦେଇଥିଲେ। 

Subscribe

National International State Sports Entertainment