ଥାଇଲାଣ୍ଡର ଅଯୋଧ୍ୟାରେ ଆରମ୍ଭ ହେଲା ଭବ୍ୟ ରାମ ମନ୍ଦିର ନିର୍ମାଣ
Khabar Odisha:ram-temple-construction-begins-in-thailand-ayutthaya-aka-ayodhya
ଅଯୋଧ୍ୟା, ଅଗଷ୍ଟ୦୭(ଖବର ଓଡ଼ିଶା):

 ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଯେଉଁଠି ରାମ ମନ୍ଦିର ନିର୍ମାଣ ମାମଲା ଏବେ ମଧ୍ୟ ସୁପ୍ରିମକୋର୍ଟରେ ବିଚାରଧିନ ରହିଛି ସେହି ସମୟରେ ଥାଇଲାଣ୍ଡର ଅଯୋଧ୍ୟା(ଅୟୁଥ୍ୟା)ରେ ପୁରା ଧାର୍ମିକ ଅନୁଷ୍ଠାନ ସହିତ  ଭବ୍ୟ ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇ ଯାଇଛି। ଏହି ରାମ ମନ୍ଦିରର ନିର୍ମାଣ ରାମ ଜନ୍ମଭୂମି ନିର୍ମାଣ ନ୍ୟାସ ଟ୍ରଷ୍ଟ ପକ୍ଷରୁ କରାଯାଉଛି।

ଥାଇଲାଣ୍ଡର ଅୟୁଥ୍ୟାରେ ରାମ ଜନ୍ମଭୂମି ନିର୍ମାଣ ନ୍ୟାସ ଟ୍ରଷ୍ଟ ଦ୍ଵାରା ବୁଧବାର ଭୂମି ପୂଜନ ସହିତ ଏହାର ଆରମ୍ଭ ହୋଇ ଯାଇଛି। ବ୍ୟାଙ୍କକରୁ ରାମ ଜନ୍ମଭୂମି ନିର୍ମାଣ ନ୍ୟାସ ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ  ଜନ୍ମଜେୟ ଶରଣ କହିଛନ୍ତି ଯେ ଭାରତରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି। ଏମିତି ସମୟରେ ଏଠାରେ ରାମ ଭକ୍ତ ରାମ ମନ୍ଦିର ନିର୍ମାଣ କାର୍ୟ୍ୟ ଆରମ୍ଭ କରି ଦେଇଛନ୍ତି। 

ଶରଣଙ୍କ ମୁତାବକ ଥାଇଲାଣ୍ଡର ଅୟୁଥ୍ୟାରେ ରାମ ମନ୍ମଭୂମୀ ନିର୍ମାଣ ନ୍ୟାସ ଟ୍ରଷ୍ଟ ଦ୍ଵାରା ଭୂମି ପୂଝନ ଓ ପୁରା ଧାର୍ମିକ କାର୍ୟ୍ୟକ୍ରମ ପରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇ ଯାଇଛି। ସେ କହିଛନ୍ତି ଯେ ଆମେ ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତିକୁ ଅପେକ୍ଷା କରିଛୁ ଏବଂ ଆଶା କରୁଛୁ ଯେ ରାୟ ଆମ ପକ୍ଷରେ ଆସିବ। ଅୟୁଥ୍ୟାରେ ମନ୍ଦିର ନିର୍ମାଣ ପରେ ଆମ ଅଯୋଧ୍ୟାରେ ମଧ୍ୟ ଭବ୍ୟ ରାମ ମନ୍ଦିର ନିର୍ମାଣର ପଥ ପରିଷ୍କାର ହେବ। 

  • Tags:

Subscribe

National International State Sports Entertainment